ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବେଣାକେରା ଗ୍ରାମରେ ନିର୍ମିତ ଅଙ୍ଗଡ଼ୱାଡି କେନ୍ଦ୍ର, ମା ଡୁଗୁରେଇ ମନ୍ଦିର, ମା କ୍ଷେତ୍ରପାଳି ରାସ୍ତା ସହିତ ବେଣାକେରା ଗ୍ରାମ କୋଠଘରକୁ ବିଧାୟକ ଉମାକାନ୍ତ ସାମନ୍ତରାୟ ଉଦଘାଟନ କରିଛନ୍ତି । ଗ୍ରାମବାସୀଙ୍କ ଅ।ଗ୍ରହ ଓ ସମୁହିକ ସଂଗଠନ ଦେଖି ବିଧାୟକ ଉକ୍ତ ପଞ୍ଚାୟତରେ ରହିଥିବା ବାକି କାମ ଶିଘ୍ର କରାଯିବ ବୋଲି ଘୋଷଣା କରିବା ସହ ଗ୍ରାମରେ ମତଭେଦ ନ ରଖି ଏକ ହୋଇ କାର୍ଯ୍ୟ କରିବାକୁ ବିଧାୟକ ଯୁବକମାନଙ୍କୁ ନିବଦେନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ ଅଧ୍ୟକ୍ଷତା କରିଥିଲେ । ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ, ସରପଞ୍ଚ ଦୁଷ୍ମନ୍ତ ପ୍ରଧାନଙ୍କ ସହିତ ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା, ସମାଜିକକର୍ମୀ ରାମଚନ୍ଦ୍ର ମହାନ୍ତି, ଶଙ୍କର ପ୍ରଧାନ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଶାନ୍ତ କୁମାର ରାଉତରାୟ, ମନ ମନମୋହନ ମହାପାତ୍ର, ପ୍ରକାଶ ମହାପାତ୍ର, ସିକନ ମହାପାତ୍ରଙ୍କ ସହିତ ପଞ୍ଚାୟତର ବିଭିନ୍ନ ଗ୍ରାମର ମହିଳା ସଂଗଠନ ଓ ଗ୍ରାମର ମୁରବି ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
previous post
next post