ଓଡିଶା

ଅଜଣା ଗାଡି ଧକ୍କାରେ ମାଆ, ପୁଅ ମୃତ

(ମହାଭାରତ, କରଞ୍ଜିଆ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଗତ ବୁଧବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗୋଟିଏ ପରିବାର ମାଆ ଓ ପୁଅ ରାସ୍ତା ପାଶ୍ୱର୍ ନଳକୂପରୁ ପାଣି ଧରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ରାସ୍ତାରେ ଉଭୟଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୯ଟା ବେଳେ ଚାଇଁନବଦା ଗାଁର ତ୍ରିଲୋଚନ ନାୟକ, ତାଙ୍କ ପତ୍ନୀ ସବିତା ଓ ୬ ବର୍ଷର ପୁଅ ଶଙ୍କର ୪୯ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ ନଳକୂପରୁ ପାଣି ଧରି ଘରକୁ ଫେରୁଥିଲେ । ଏହି ସମୟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସବିତା ଓ ଶଙ୍କରଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ତ୍ରିଲୋଚନ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ । କରଞ୍ଜିଆ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କା ସହାୟତା ଦେବା ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

Related posts

ହୋଟେଲ କର୍ମଚାରୀଙ୍କୁ ମରଣାନ୍ତଙ୍କ ଆକ୍ରମଣ

mahabharatanews

ବାଲି ବୋଝେଇ ୪ ହାଇୱା ଜବତ

mahabharatanews

ସରୋଜକୁ ବଳିର ବୋଦା କଲେ ବୋଥ୍ରା!

mahabharatanews

Leave a Comment