(ମହାଭାରତ, କେନ୍ଦୁଝର): କେନ୍ଦୁଝର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କଣ୍ଡିଆ ଓଳାଭର ରାସ୍ତାର ଲହୁଣୀ ଛକରେ ଏହି ଦୂର୍ଘଟଣା ଘଟିଛି । ଜଣେ ମହିଳା ତାଙ୍କ ପରିବାର ସହ ବାପଘରୁ ଫେରିବା ବେଳେ ଏହି ଅଘଟଣ ଘଟିଛି । ଫେରିବା ବାଟରେ ତାଙ୍କ ଅଟୋ ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋଟି ଓଲଟି ପଡିଥିଲା । ମୃତକ ଜଣକ ୩୦ ବର୍ଷିୟା ମିନତି ମଲ୍ଲିକ ବୋଲି ଜଣାପଡିଛି । ସୁଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସମୟରେ ବାପଘରୁ ମିନତି ଫେରିବା ବେଳେ ଲହୁଣୀ ଛକରେ ଅଟୋ ଓଲଟି ପଡଥିଲା । ତେବେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମିନତିଙ୍କ ସହ ଥିବା ତାଙ୍କର ୩ଜଣ କୁନି ପିଲା ମାଆକୁ କୋଳେଇ ଧରି କାନ୍ଦୁଥିଲେ । ସ୍ୱାମୀ ଦୂର୍ଘଟଣାକୁ ନେଇ ହତବାକ୍ ହୋଇଯାଇଥିଲେ । ଏଭଳି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଭାବ ବିହ୍ୱଳିତ ହୋଇଥିଲେ । ତେବେ ପରେ ମିନତିଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ବହୁ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଥିଲା । ଏହି ଦୂର୍ଘଟଣାରେ ବାଇକ୍ ଆରୋହୀ ଜଣକ ଆହତ ହୋଇଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
previous post
next post
