Uncategorized

ଅନୁପ୍ରବେଶକାରୀଙ୍କ ଠିକଣା ଦେବା ପାଇଁ ଶିବସେନାର ପୋଷ୍ଟର

(ମୁମ୍ବାଇ): ମହାରାଷ୍ଟ୍ରରେ ଅବୈଧ ଭାବେ ରହିଥିବା ପାକିସ୍ତାନୀ ଓ ବାଂଲାଦେଶୀଙ୍କ ବିରୋଧରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ଏକ ମୋର୍ଚ୍ଚା ବାହାର କରିଛି । ଏମାନଙ୍କ ସଠିକ ଠିକଣା ଦେବା ପାଇଁ ଔରଙ୍ଗାବାଦରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି । ଏହି ଅନୁପ୍ରବେଶକାରୀଙ୍କ ଠିକଣା ଯିଏ ଦେବ ତାକୁ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଏଥିରେ ଉଲ୍ଲେଖ ରହିଛି । ଏମଏନଏସ ଛାତ୍ର ଶାଖାର ଅଖିଲ ଚିତ୍ରେ ନାମକ ଜଣେ ନେତା ଏନେଇ ସୂଚନା ଦେଇଛନ୍ତି । ଅନୁପ୍ରବେଶକାରୀଙ୍କ ସଠିକ୍ ଠିକଣା ଦେଇ ପାରୁଥିବା ବ୍ୟକ୍ତିଙ୍କୁ ୫ ହଜାର ୫ ଶହ ୫୫ ଟଙ୍କା ପୁରସ୍କାର ରାଶି ଦିଆଯିବ । ଏହାସହ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି ସେ କହିଛନ୍ତି । ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ଠାରେ ଏଭଳି ପୋଷ୍ଟର ଲାଗିଥିଲା । ଯେଉଁଥିରେ ବାନ୍ଦ୍ରା ଅଞ୍ଚଳରେ ଅବୈ÷ଧ ଭାବେ ରହୁଥିବା ପାକିସ୍ତାନୀ ଓ ବାଂଲାଦେଶୀଙ୍କୁ ଚିହ୍ନଟ କରି ବାହାର କରିବା ପାଇଁ ପୋଷ୍ଟରରେ ଦର୍ଶାଯାଇଥିଲା ।

Related posts

ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା ନେଇ ସଚେତନତା ଶିବିର

mahabharatanews

ପୋଲିସ ହାଜତରେ ୩ କାଶ୍ମୀର ଛାତ୍ର

mahabharatanews

ଶିଖ ଦଙ୍ଗା ମାମଲା: ଯାଞ୍ଚ ଦଳର ସୁପାରିଶ ଗୃହିତ

mahabharatanews

Leave a Comment