Uncategorized

ଅନ୍ତରାଷ୍ଟ୍ରୀୟ ସମୂହକୁ ବିଭ୍ରାନ୍ତ କରିବାକୁ ପାକିସ୍ତାନ ଚାଲ ଖେଳୁଛି: ରକ୍ଷା ବିଶେଷଜ୍ଞ

ନୂଆଦିଲ୍ଲୀ: ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ର ବୈଠକ ପ୍ୟାରିସରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବରୁ ଜମାତ ଉଦ ବାହ (ଜେୟୁଡି) ମୁଖ୍ୟ ହାଫିଜ ମହମ୍ମଦ ସଇଦକୁ ଜେଲ ଦଣ୍ଡାଦେଶ ସେତେବେଳେ ଦିଅ।।ଯାଇ ଅନ୍ତରାଷ୍ଟ୍ରୀୟ ସମୂହକୁ ଭୂଆଁ ବୁଲାଇବାକୁ ଚେଷ୍ଟା କରାଯାଇଛି ବୋଲି ନୂଆଦିଲ୍ଲୀରେ ରକ୍ଷା ବିଶେଷଜ୍ଞ ମତ ରଖିଛନ୍ତି । ଜେୟୁଡିର ପ୍ରତିଷ୍ଠାତା ତଥା ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ସଇଦକୁ ଆତଙ୍କୀ ଫାଇନାନ୍ସ ମାମଲାରେ ଆଣ୍ଟି ଟେରୋରିଜିମ କୋର୍ଟ ସାଢେ ପାଞ୍ଚ ବର୍ଷ ଜେଲ ଦଣ୍ଡ ଶୁଣାଇଛି ।

ରକ୍ଷା ବିଶେଷଜ୍ଞ ପି କେ ସେହଗଲ କହିଛନ୍ତି, ସଇଦ ହେଉଛି ପାକିସ୍ତାନ ସେନା ଓ ଆଇଏସଆଇର ସୃଷ୍ଟି । ସେମାନେ ସଇଦକୁ ଭାରତରେ ହିଂସା, ଅସ୍ଥିରତା ସୃଷ୍ଟିକରିବାକୁ ବ୍ୟବହାର କରୁଛନ୍ତି । ତେଣୁ ଏପରି ବ୍ୟକ୍ତିକୁ ସେମାନେ କଦାପି ଜେଲ ଦଣ୍ଡ ଦେଇପାରିବେ ନାହିଁ । ଏହା କେବଳ ଲୋକଦେଖାଣିଆ । ଥରେ ଏଫଏଟିଏଫ ବୈଠକ ପାକିସ୍ତାନକୁ କଳାତାଲିକାଭୁକ୍ତ କରିବାରୁ ଓହରି ଯିବା ପରେ ତାକୁ ସୁପର ଭିଆଇପି ପରି ସେବା ଯୋଗାଇ ଦିଆଯିବ ଓ ପୂର୍ବ କାର୍ଯ୍ୟକୁ ତାକୁ ଫେରାଇ ଦିଆଯିବ । ଅନ୍ୟଜଣେ ବିଶେଷଜ୍ଞ କ୍ୟୁମର ଆଘା କହିଛନ୍ତି, ଯେତେବେଳେ ପାକ ଉପରେ ଚାପ ସୃଷ୍ଟି କରାଯାଏ, ସେତେବେଳେ ଏହି ପରି ଆତଙ୍କବାଦୀଙ୍କୁ ଗିରଫ କରାଯାଇଥାଏ ଓ ପରେ ସେମାନଙ୍କୁ ହାଇ କୋର୍ଟରୁ ମୁକ୍ତି ଦିଅ।।ଯାଏ । ଆମକୁ ଭଲଭାବେ ଜଣା, ପ।।କ କୋର୍ଟ କଟର ଇସଲାମିକ ସଂସ୍ଥା ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ପରିଚାଳିତ ହୋଇଥାଏ ।

ସୂଚନାଯୋଗ୍ୟ, ଆଗାମୀ ଏଫଏଟିଏଫ ବୈଠକ ପ୍ୟାରିଶରେ ଅନୁଷ୍ଠିତ ହେବ । ଏହି ବୈଠକରେ ପାକିସ୍ତାନକୁ ଆତଙ୍କବାଦକୁ ପ୍ରୋତ୍ସାହନ ଦିଆଯାଉଥିବାକୁ ନେଇ କଳା ତାଲିକାଭୁକ୍ତ କରାଯିବ । ତେଣୁ ବୈଠକ ପୂର୍ବରୁ ପାକିସ୍ତାନ ସଇଦ ବିରୋଧରେ ଆତଙ୍କବାଦୀ ଫଣ୍ଡିଂ ମାମଲାରେ ଜେଲ ଦଣ୍ଡ ଶୁଣାଇଛି । ଅନ୍ତରାଷ୍ଟ୍ରୀୟ ସମୂହକୁ ଭ୍ରମିତ କରିବାକୁ ପାକିସ୍ତାନ ଏପରି କରିଥିବା ଭାରତୀୟ ବିଶେଷଜ୍ଞ ଅନୁମାନ କରୁଛନ୍ତି ।

Related posts

ମହାମାରୀ ୧୮୯୭ ସଂଶୋଧନ ଆଇନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

mahabharatanews

ଚାଷୀଙ୍କ ୨ ଲକ୍ଷ ଟଙ୍କା ଋଣ ଛାଡ

mahabharatanews

ମାଲ୍ୟାଙ୍କ ପ୍ରତ୍ୟାବର୍ତ୍ତନ ଶୁଣାଣି ଆରମ୍ଭ

mahabharatanews