ଓଡିଶା

ଅଫିସରେ ପାନ ଛେପ ପକାଇ ଗଣିଲେ ଜରିମାନା

(ମହାଭାରତ, ରାଉରକେଲା): ରାଉରକେଲା ଆରଟିଓ ଅଫିସରେ ଜଣେ ବ୍ୟକ୍ତି ପାନ ଛେପ ପକାଇବାରୁ ଜରିମାନା ଦେବାକୁ ପଡିଛି । ତାଙ୍କ ଠାରୁ ରେଡକ୍ରସ ନାମରେ ଜରିମାନା ବାବଦ ୫୦୦ ଟଙ୍କାର ରସିଦ କଟାଯାଇଛି । ଆରଟିଓ କାର୍ଯ୍ୟାଳୟ ପରିସରମୁକ୍ତ ରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ରାଉରକେଲା ଆରଟିଓ କହିଛନ୍ତି । ସୂଚନା ଅନୁଯାୟୀ, ରାଉରକେଲା ଆରଟିଓ କାର୍ଯ୍ୟାଳୟ ଭିତରେ ପାନ ଗୁଟଖା ଖାଇବାକୁ ବାରଣ କରାଯାଇଛି । ଆରଟିଓ କର୍ମଚାରୀଙ୍କ ସମେତ ସାଧାରଣ ଲୋକଙ୍କୁ ମଧ୍ୟ ଏହି ନିୟମ ପାଳନ କରିବାକୁ ରାଉରକେଲା ପରିବହନ ଅଧିକାରୀ କଟକଣା ଜାରି କରିଛନ୍ତି । ଫଳରେ ଏଣିକି କେହି ବି ପାନ ଗୁଟଖା ଖାଇ କାର୍ଯ୍ୟାଳୟ ପରିସରରେ ଛେପ ପକାଇଲେ ତଣ୍ଡ ଗଣିବାକୁ ପଡିବ । ଆରଟିଓ କାର୍ଯ୍ୟାଳୟ ପରିସରକୁ ସ୍ୱଚ୍ଛ ରଖିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ପାନ ଛେପ ପକାଉଥିବା ଲୋକଙ୍କୁ ସିସିଟିଭିରେ ଚିହ୍ନଟ କରାଯାଇ ଜରିମାନା ଆଦାୟ କରାଯିବ । ଏପରିକି କାର୍ଯ୍ୟାଳୟ ନିକଟରେ ପାନ ଗୁଟଖା ବିକ୍ରି ଉପରେ ମଧ୍ୟ କଟକଣା ଲାଗୁ କରିବାକୁ ପଦକ୍ଷେପ ନିଆଯିବ ବୋଲି ରାଉରକେଲା ପରିବହନ ଅଧିକାରୀ କହିଛନ୍ତି ।

Related posts

ଦୁର୍ନୀତି ନିବାରଣ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କୁ ଜେରା

mahabharatanews

ଉଦ୍ଘାଟିତ ହେଲା ଓଡିଶାର ପ୍ରଥମ ସ୍ୱତନ୍ତ୍ର ଅଣ୍ଡା ଷ୍ଟୋର୍, ଓଭୋ ଫାର୍ମର କେନଙ୍କୋ ଏଗଷ୍ଟ୍ରା

mahabharatanews

ଚିନ୍ତା ବଢ଼ାଉଛି ଡେଙ୍ଗୁ, ରାଜଧାନୀରେ ୧୦୦ ପାର୍

mahabharatanews