ଓଡିଶା

ଅଫିସ କାମରେ ଯାଇ କନିଷ୍ଠ ଯନ୍ତ୍ରୀ ନିଖୋଜ

(ମହାଭାରତ, ଜୟପୁର): କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମ୍ୟ ଜଳେଯାଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ (ଜେଇ) ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ନାମ ଏମ. ଭେଙ୍କଟ ରାଓ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ସୋମବାର ଅଫିସ କାମରେ ଭେଙ୍କଟ ହରଡାପୁଟ ଯାଇଥିଲେ । ସାଙ୍ଗରେ ଗ୍ରାମୀଣ ପାନୀୟ ଜଳଯୋଗାଣ ଓ ସଫେଇ ଡିଭିଜନର ଏସଡିଓ ଓ ଠିକାଦାର ମଧ୍ୟ ଥିଲେ । ତେବେ ଫେରିଲା ବେଳେ ଉକ୍ତ ଜେଇଙ୍କର କୌଣସି ସୂଚନା ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ବି. ସିଂହପୁର ଥାନାରେ ଡିଭିଜନ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରି ନଥିବା ଜଣାଯାଇଛି । ପୋଲିସ ଏନେଇ ଘଟଣାର ଛାନଭିନ ଆରମ୍ଭ କରିଛି ।

Related posts

ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ କଲେ ମହିଳା

mahabharatanews

ଜାତୀୟ ଶିକ୍ଷା ନୀତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

mahabharatanews

ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ

mahabharatanews