Uncategorized

ଅବସର ନେଲେ ବିପିନ ରାୱତ, ନରୱଣେ ନୁଆ ସେନାମୁଖ୍ୟ

(ନୂଆଦିଲ୍ଲୀ): ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ଭାବେ ନିଯୁକ୍ତ ହୋଇଥିବା ଜେନେରାଲ ବିପିନ ରାୱତ ମଙ୍ଗଳବାର ଭରତୀୟ ସେନାର ମୁଖ୍ୟ ପଦବୀରୁ ଅବସର ନେଇଛନ୍ତି । ସେନାଧ୍ୟକ୍ଷ ପଦବୀରେ ତାଙ୍କର ୩ ବର୍ଷର କାର୍ଯ୍ୟକାଳ ପୂରଣ ହୋଇଛି । ଏହା ସହ ନୂଆ ସ୍ଥଳସେନା ମୁଖ୍ୟ ଭାବେ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ବିଦାୟୀ ସେନାମୁଖ୍ୟ ରାୱତଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଭାରତୀୟ ସେନାର ୨୮ତମ ସେନାମୁଖ୍ୟ । ଦୀର୍ଘ ୩୭ ବର୍ଷ ଧରି ଭାରତୀୟ ସେନାରେ କାମ କରିଥିବା ନରୱଣେ ୨୦୧୯ ସେପ୍ଟେମ୍ବରରେ ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ତେବେ ବିଦାୟ କାଳୀନ ଅବସରରେ ଜେନେରାଲ ରାୱତଙ୍କୁ ଦକ୍ଷିଣ ବ୍ଲକ ସ୍ଥିତ ସେନାର ମୁଖ୍ୟ କାର୍ଯ୍ୟାଳୟରେ ଗାର୍ଡ ଅଫ ଅନର ଦିଆଯାଇଛି । ଏହି ଅବସରରେ ଭାରତୀୟ ସେନା ଏବଂ ତାଙ୍କ ପରିବାର ଲୋକଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି ସିଡିଏସ ମୁଖ୍ୟ ରାୱତ କହିଛନ୍ତି । ସେନାଧ୍ୟକ୍ଷ ଦାୟିତ୍ୱରେ ଥିବା ବେଳେ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ୨୦୨୦ ଜାନୁଆରୀ ପହିଲା ଅର୍ଥାତ ଆସନ୍ତା କାଲିଠାରୁ ବିପିନ ସିଡିଏସ ପଦବୀ ଭାର ଗ୍ରହଣ କରିବେ । ସିଡିଏସରେ ଯୋଗ ଦେବା ପରେ ସେ ୩ ସେନାବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ । ଗଣତନ୍ତ୍ର ଦିବସରେ ଏହି ପଦବୀ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ମଙ୍ଗଳବାର ବିପିନ ରାୱତ ଭାରତୀୟ ସେନାମୁଖ୍ୟ ଭାବେ କାର୍ଯ୍ୟକାଳର ଶେଷ ଦିବସରେ ଇଣ୍ଡିଆ ଗେଟ୍ ସ୍ଥିତ ମେମୋରିଆଲରେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

Related posts

ଭାରତ ନେପାଳରେ ୫୬ ହାଇସ୍କୁଲ ପୁନଃନିର୍ମାଣ କରିବ

mahabharatanews

ସଫେଇ ଦେଲେ କେଜରିୱାଲ

mahabharatanews

ଏହି ରାଶିର ବ୍ୟକ୍ତି ପିନ୍ଧନ୍ତୁ ନାହିଁ ରୂପା ମୁଦି

mahabharatanews

Leave a Comment