(ମହାଭାଦରତ, ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା ଜୋରନ୍ଦାସ୍ଥିତ ମହିମା ଗାଦିରେ ପ୍ରସିଦ୍ଧ ଜୋରନ୍ଦା ମେଳା ଆରମ୍ଭ ହୋଇଛି । ଦୀର୍ଘ ୧୪୭ ବର୍ଷ ଧରି ଏହି ମେଳା ମାଘ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଆୟୋଜିତ ହୋଇଆସୁଛି । ମହିମା ଧର୍ମର ପ୍ରତିଷ୍ଠାତା ମହିମା ପ୍ରଭୁଙ୍କ ତିରୋଧାନ ପର ଠାରୁ ଏହି ମେଳା ଆୟୋଜିତ ହୋଇଆସୁଛି । ଚଳିତବର୍ଷ ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁଙ୍କ ଏହି ମେଳାକୁ ଆଗମନ ହୋଇଛି । ଏହି ମେଳା ଚଳିତ ବର୍ଷ ଫେବୃଆରୀ ୭ରୁ ୯ ତାରିଖ ତିନି ଦିନ ଧରି ଚାଲିବ । ନିଜର ମନୋସ୍କାମା ପୂରଣ ପାଇଁ ଶ୍ରଦ୍ଧାଳୁ ମାନେ ମେଳାରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରୁଥିବା ଦେଖାଯାଇଛି । ଏଥିପାଇଁ ଜୋରୋନ୍ଦା ଗାଦି ଚଳଚଞ୍ଚଳ ହୋଇଛି । ଏଠାକୁ ମହିମା ଧର୍ମୀ ସାଧୁ ସନ୍ୟାସୀ ଓ ଶ୍ରଦ୍ଧାଳୁମାନଙ୍କ ସୁଅ ଛୁଟିବାରେ ଲାଗିଛି । ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ମେଳାରେ ଝାଡ ଦ୍ୱୀପ ପ୍ରଜ୍ୱଳନ କରାଯିବ । ଏଠାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ହଜାର ହଜାର ସାଧୁ ସନ୍ୟାସୀ ଓ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
previous post