ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ କମରେଇ ପଞ୍ଚାୟତରେ ୧୫ଶହ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ପ୍ରଦାନ କରାଯାଇଛି । ପଞ୍ଚାୟତସ୍ଥ ଅସହାୟ ଗରିବ ବୃଦ୍ଧ ବୃଦ୍ଧାଙ୍କୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୀତ ପ୍ରକୋପ ନିମନ୍ତେ ବରିଷ୍ଠ ସମାଜସେବୀ ପ୍ରଭାକର ସାହୁଙ୍କ ସହାୟତା କ୍ରମେ କମ୍ବଳ ବିତରଣ କରାଯାଇଥିଲା । ୧୫ ଶହ ବୃଦ୍ଧବୃଦ୍ଧାଙ୍କୁ ସାମିଲ କରାଯାଇଥିଲା । ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ କମରେଇ ସରପଞ୍ଚ ଦୁଖଃବନ୍ଧୁ ଭୂତିଅ ।, ସାମାଜିକ କର୍ମୀ ଏସ୍ ବେହେରାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ କ୍ରମେ ବିତରଣ ଉତ୍ସବ ଅ ।ୟୋଜନ କରାଯାଇଥିଲା । ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀଯୁକ୍ତ ସାହୁ ମତବ୍ୟକ୍ତ କରିଥିଲେ । ସ୍ଥାନୀୟ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ବରିଷ୍ଠ ନାଗରିକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏଭଳି ସାମାଜିକ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
previous post
next post
