(ମହାଭାରତ, ଯୋଡା): ଦୀର୍ଘ ୮ ମାସ ଧରି ଯକ୍ଷ୍ମା ରୋଗରେ ପୀଡିତ ଯୋଡା ବ୍ଲକ କୋହ୍ଲ-ରୋଇଡା ପଞ୍ଚାୟତ ଅନ୍ତର୍ଗତ ମାଙ୍କଡ ହଟିଂର ମହେନ୍ଦ୍ର କେରେଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଚିକିତ୍ସା ଅଭାବରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କ୍ରମଶଃ କ୍ଷୀଣ ହେଉଥିବା କାରଣରୁ ଦୀର୍ଘ ଦିନ ହେଲା ପରିବାରର ମୁରବୀ ମହେନ୍ଦ୍ର ନିଜ ପରିବାରର ଭରଣ ପୋଷଣ ତ ଦୂରର କଥା ନିଜ ଦୈନନ୍ଦିନ କାମ କରିବା ପାଇଁ ଅକ୍ଷମ ଅଛନ୍ତି । ଏଭଳି ଦୁର୍ଦ୍ଦିନରେ ସ୍ୱାମୀଙ୍କୁ ଦେଖାଶୁଣା କରିବା ଓ ପରିବାରର ବୋଝ ମୁଣ୍ଡାଇବା ପରିବର୍ତ୍ତେ ମୀନା ତାଙ୍କ ସ୍ତ୍ରୀ ଅନ୍ୟତ୍ର ବାସ କରୁଛନ୍ତି । ପଞ୍ଚମ ଶ୍ରେଣୀରୁ ପାଠରେ ଡୋରି ବାନ୍ଧି ତାଙ୍କ ଝିଅ ପିଙ୍କି କେରେଇ ଦୈ÷ନନ୍ଦିନ ମଜୁରୀ କରି ପରିବାରର ଭରଣ ପୋଷଣ ଭଳି ଗୁରୁ ଦାୟିତ୍ୱ ବହନ କରିଛନ୍ତି । ଏହାସହ ଅସୁସ୍ଥ ବାପାଙ୍କ ସେବା କରୁଛନ୍ତି । ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ସାହ ଲୋକଙ୍କ ଉଦ୍ୟମରେ ଚଳିତ ମାସ ୯ ତାରିଖରେ ମହେନ୍ଦ୍ରଙ୍କୁ କମାରଯୋଡା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ଏହାପରେ ୧୭ ତାରିଖରେ ମହେନ୍ଦ୍ର ଯକ୍ଷ୍ମା ରୋଗରେ ପୀଡିତ ଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡିଛି । ଏଭଳି ବିଷମ ପରିସ୍ଥିତିରେ ସମ୍ପୃକ୍ତ ଅସହାୟ ପରିବାରର ଭରଣ ପୋଷଣ ଓ ପିଲାମାନଙ୍କର ପଢା ଦାୟିତ୍ୱ ସରକାର ହାତକୁ ନିଅନ୍ତୁ ବୋଲି ମାଙ୍କଡ ହଟିଂ ବସ୍ତିବାସିନ୍ଦାଙ୍କ ପକ୍ଷରୁ ଦାବି କରାଯାଇଛି ।
previous post
next post