Uncategorized

ଆଉ ୪୭ ପିଏଫଆଇ ସଦସ୍ୟ ଗିରଫ

ମିରଟ: ଉତ୍ତର ପ୍ରଦେଶର ମିରଟରେ ୪୭ ଜଣ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ଙ୍କୁ ଖବର ଲେଖାଯିବା ପର୍ଯ୍ୟନ୍ତ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି, ମିଟର ଜୋନର ଏଡିଜି ପୋଲିସ ପ୍ରଶାନ୍ତ କୁମାର । ଗିରଫଙ୍କ ମଧ୍ୟରୁ ମିରଟ ଅଞ୍ଚଳରୁ ୨୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୯ ଜଣଙ୍କୁ ଗାଜିଆବାଦରୁ, ୬ ଜଣଙ୍କୁ ମୁଜାଫରନଗରରୁ ଓ ୧୦ ଜଣଙ୍କୁ ସାମଲିରୁ ଗିରଫ କରାଯାଇଛି । ସେହି ଅଞ୍ଚଳରେ ଆଉ ୭୫-୮୦ ଜଣଙ୍କୁ ପିଏଫଆଇ ସହ ସମ୍ପର୍କ ଥିବା ପୋଲିସ ଚିହ୍ନଟ କରିଛି ବୋଲି ଏଡିଜିପି କୁମାର କହିଛନ୍ତି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପିଏଫଆଇର ଆକାଉଣ୍ଟ ଯାଞ୍ଚ କରୁଛି ତଥା ପିଏଫଆଇର ନେଟୱାର୍କ ସାମଲିରେ ମଧ୍ୟ କ୍ରିୟାଶୀଳ ଥିବା ଅଧିକାରିକ ସୂତ୍ରରୁ ସୂଚନା ମିଳିଛି ।
ଗତ ୪ ଦିନ ମଧ୍ୟରେ ପିଏଫଆଇ ସମ୍ପର୍କରେ ଥିବା ୧୦୮ ଜଣଙ୍କୁ ଉତ୍ତର ପ୍ରଦେଶରୁ ଗିରଫ କରାଯାଇଛି, ଏହା ପୂର୍ବରୁ ୨୫ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିବା ଅଧିକାରୀ କହିଛନ୍ତି । ଏହି ସଂସ୍ଥ୍ୟ ଉପରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରାଯିବା ସହ ସଂସ୍ଥ୍ୟାର ଅର୍ଥ ଲେଣ ଦେଣକୁ ନେଇ ମଧ୍ୟ ଯାଞ୍ଚ ଚାଲିଛି । ଏହି ମାମଲାରେ ମିରଟ ପୁଲିସ କେନ୍ଦ୍ରୀୟ ଏଜେନ୍ସିଠାରୁ ମଧ୍ୟ ସହଯୋଗ ନେଉଛନ୍ତି । ଏହି ସଂସ୍ଥା ସହ ଜଡିତ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସେମାନଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ଉତ୍ତର ପ୍ରଦେଶ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆୱାନିଶ କେ ଆୱାସ୍ଥି । ପିଏଫଆଇ ଏପରି ଏକ ସଂଗଠନ, ଯାହା ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛି । ବିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି, ଆକ୍ରମଣ, ବିସ୍ଫୋରଣ ଏହି ସଂଗଠନର କାର୍ଯ୍ୟ ।

Related posts

ସୁରକ୍ଷିତ ରହିଛି ୟେସ ବ୍ୟାଙ୍କ ଜମାକାରୀଙ୍କ ଟଙ୍କା: ସୀତାରମଣ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୨୪୯ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

କ୍ରୋଏସିଆ  ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା ବୃଦ୍ଧି ଆଶଙ୍କା

mahabharatanews

Leave a Comment