ପାରିସ: ବିଶ୍ୱରେ ଆତଙ୍କବାଦୀଙ୍କୁ ଆର୍ଥିକ ସହଯୋଗ ଏବଂ ଧନଶୋଧନ ପରି ଘଟଣା ଉପରେ ନଜର ରଖୁଥିବା ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ପୁଣି ଥରେ ୧୫୦ଟି ପ୍ରଶ୍ନ କରିଛି । ଏଥିରୁ ଅଧିକାଂଶ ପ୍ରଶ୍ନ ପାକିସ୍ତାନର ଇମ୍ରାନ ଖାନ ସରକାରଙ୍କ ତରଫରୁ ଅ।ତଙ୍କବାଦ ବିରୋଧରେ ନିଆଯାଇଥିବା ପଦକ୍ଷେପ ସହ ଜଡିତ । ଏହି ସବୁ ପ୍ରଶ୍ନର ଉତ୍ତର ପାକିସ୍ତାନକୁ ଆସନ୍ତା ଜୁନିଆରୀ ୮ ସୁଦ୍ଧା ଦେବାକୁ ପଡିବ ।
ଏଫଏଟିଏଫ ପାକିସ୍ତାନୀ ଅଧିକାରୀଙ୍କୁ ଏହା ସୁନିଶ୍ଚିତ କରିବାକୁ କହିଛି ଯେ ଯେଉଁ ଲୋକମାନେ ଅ ।ତଙ୍କବାଦୀ ସଂଗଠନ ସହ ଜଡିତ ଅଛନ୍ତି ସେମାନଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କର । ଏହି ବୈଶି୍ୱକ ସଂଗଠନ ପାକିସ୍ତାନରେ ପରି·ଳିତ ହେଉଥିବା ମଦରସାରେ ସୁଧାର ଆଣିବା ପାଇଁ ନିଆଯାଇଥିବା ଆଇନଗତ କାର୍ଯ୍ୟାନୁଷ୍ଠନର ବିବରଣୀ ମାଗିଛି ।
ପାକିସ୍ତାନ ଖବର କାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ ସେଠାକାର ଅର୍ଥ ମନ୍ତ୍ରାଳୟର ସୂତ୍ରକୁ ଦର୍ଶାଇ ଖବର ପ୍ରକାଶ କରିଛି ଯେ ପାକିସ୍ତାନ ଡିସେମ୍ବର ୭ ତାରିଖରେ ଏଫଏଟିଏଫର ୨୨ଟି ପ୍ରଶ୍ନର ଜବାବ ଦେଇଥିଲା । ସେହି ଉତ୍ତର ଉପରେ ଏଫଏଟିଏଫ ପୁଣି ଥରେ ୧୫୦ଟି ପ୍ରଶ୍ନ କରିଛି । ଏବେ ପାକିସ୍ତାନକୁ ମନି ଲଣ୍ଡ୍ରିଂ ଏବଂ ଆତଙ୍କବାଦ ପାଇଁ ଆର୍ଥିକ ସହଯୋଗକୁ ନେଇ ନୂଆ ପ୍ରଶ୍ନର ଜବାବ ଦେବାକୁ ପଡିବ । ଏଫଏଟିଏଫର ବୈଠକ ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ଆୟୋଜିତ ହେବ, ଯେଉଁଥିରେ ପାକିସ୍ତାନକୁ ବ୍ଲାକ ତାଲିକାଭୁକ୍ତ କରାଯିବ କି ନାହିଁ, ଏହା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବା । ଗତ ବର୍ଷ ଫେବ୍ରୁଅ ।ରୀ ମାସରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ସାମିଲ କରାଯାଇଥିଲା ।