(ମହାଭାରତ): ମନୁଷ୍ୟ ଜୀବନରେ ଅନେକ ସମସ୍ୟା ଆସିଥାଏ, ଯେଉଁଥିରୁ ମୁକ୍ତି ପାଇବା ପାଇଁ ସେ ଦାନ, ଧର୍ମ ସହ ଭଗବାନଙ୍କ ଶରଣ ପଶିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି,ଏହା ସହିତ ଯଦି ଆପଣ ପଶୁମାନଙ୍କ ଭୋଜନ କରାଇବେ,ତା’ହେଲେ ଆପଣଙ୍କର ସମସ୍ୟା ସବୁ ଦୂର ହୋଇଯିବ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, କେଉଁ କେଉଁ ପ୍ରାଣୀଙ୍କୁ ଖାଦ୍ୟ ଖୁଆଇବା ଦ୍ୱାରା ସମସ୍ୟାରୁ ମୁକ୍ତି ମିଳିପାରିବ । ଆସନ୍ତୁ ଜାଣିବା ଏହା ବିଷୟରେ ।
୧- ସମ୍ପତ୍ତି ପ୍ରାପ୍ତ ପାଇଁ:
ଯେଉଁ ଲୋକଙ୍କର ପୁରୁଣା ସମ୍ପତ୍ତି ସେମାନଙ୍କ ହାତରୁ ଚାଲିଯାଇଛି କିମ୍ବା କୌଣସି ମୂଲ୍ୟବାନ ବସ୍ତୁ ହଜିଯାଇଛି, ସେମାନେ ପ୍ରତିଦିନ ମାଛକୁ ଅଟା ଗୁଳା ଖାଇବାକୁ ଦିଅନ୍ତୁ । ଏମିତି କଲେ ଆପଣଙ୍କୁ ସମ୍ପତ୍ତି ପୁଣିଥରେ ପ୍ରାପ୍ତ ହୋଇଥାଏ ।
୨- ଆର୍ଥିକ ଲାଭ ପାଇଁ:
ଜ୍ୟୋତିଷ ଏବଂ ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈ,ପକ୍ଷୀ, କୁକୁର, ପିମ୍ପୁଡି ଓ ମାଛଙ୍କଠାରୁ ଆମ ଜୀବନର ସବୁ ସମସ୍ୟା ଦୂର ହୋଇପାରିବ । ଯଦି କୌଣସି ବ୍ୟକ୍ତି ନିୟମିତ ରୂପେ ଗାଈକୁ ରୁଟି ଖୁଆଇବେ, ତାଙ୍କର ଗ୍ରହ ଦୋଷ ନଷ୍ଟ ହୋଇଯିବ । ସେହିପରି ପକ୍ଷୀଙ୍କୁ ଦାନା ଦେବାର ଆର୍ଥିକ ମାମଲାରେ ଲାଭ ମିଳିବ । ବ୍ୟବସାୟ କରୁଥିବା ଲୋକେ ପ୍ରତିଦିନ ପକ୍ଷୀମାନଙ୍କୁ ଅବଶ୍ୟ ଦାନା ଖାଇବାକୁ ଦିଅନ୍ତୁ ।
୩- ଶତ୍ରୁଙ୍କଠାରୁ ମୁକ୍ତି ପାଇବା ପାଇଁ:
କୁକୁରକୁ ରୁଟି ଖୁଆନ୍ତୁ । ନିୟମିତ ରୂପେ ଏମିତି କଲେ, ଆପଣଙ୍କୁ ଶତ୍ରୁ ଭୟ ରହିବ ନାହିଁ ।
୪- କରଜରୁ ମୁକ୍ତି ପାଇବା ପାଇଁ:
କରଜରୁ ମୁକ୍ତି ପାଇଁ ଆପଣ ପିମ୍ପୁଡିକୁ ଚିନି ଏବଂ ଅଟା ଦିଅନ୍ତୁ । ଏମିତି କଲେ ଖୁବଶୀଘ୍ର କରଜ ଶୁଝିଯିବ ।
୫- ସକାରାତ୍ମକତା ପାଇଁ:
ଯଦି କେହି ମାଙ୍କଡକୁ ୭ଟି ଶନିବାର କଦଳୀ ଖାଇବାକୁ ଦେବ, ତା’ହେଲେ ତା’ର ସମସ୍ତ ଦୋଷ ଦୂର ହୋଇଯିବ । ଜୀବନରେ ସକାରାତ୍ମକତା ଆସିବାରେ ଲାଗିବ ।
previous post
next post