Uncategorized

ଆମେରିକାରେ ସିଏଏକୁ ଭାରତୀୟ ସମ୍ପ୍ରଦାୟଙ୍କ ସମର୍ଥନ

(ନ୍ୟୁୟର୍କ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ଭାରତର ବିଭିନ୍ନ ସ୍ଥାନରେ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଏହାକୁ ବିଦେଶରେ ସମର୍ଥନ ମିଳିଛି । ବିଶେଷ କରି ବିଦେଶରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ କେନ୍ଦ୍ର ସରକାରଙ୍କ ଏହି ଆଇନକୁ ପ୍ରଶଂସା କରିଛନ୍ତି । ଆମେରିକାର ନ୍ୟୁୟର୍କସ୍ଥିତ ଟାଇମ୍ସ ଛକରେ ଭାରତୀୟ ସମ୍ପ୍ରଦାୟର ଶତାଧିକ ଲୋକ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ଜଣାଇ ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନ ମାଧ୍ୟମରେ ଭାରତରେ ଏହି ଆଇନ ଲାଗୁ କରାଯିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି ।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ପାକିସ୍ତାନୀ ହିନ୍ଦୁ ସମ୍ପ୍ରଦାୟର ଲୋକେ ସିଏଏକୁ ସମର୍ଥନ ଜଣାଇଥିଲେ । ସେମାନେ ଏହାକୁ ସମର୍ଥନ ଜଣାଇ ଗତ ଶୁକ୍ରବାର ଏକ ଶାନ୍ତିପୂର୍ଣ୍ଣ ରାଲିର ଆୟୋଜନ କରିଥିଲେ । ଭାରତ ସରକାର ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଶିଖ, ପାର୍ସି, ଜୈନ ଓ ବୌଦ୍ଧ ପରିବାରକୁ ନାଗରିକତା ଦିଅନ୍ତୁ ବୋଲି ଅପିଲ କରିବା ସହ ଏହି ଆଇନକୁ ବିରୋଧ କରୁଥିବା ରାଜନୈତିକ ଦଳମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।

Related posts

୪ ଦେଶର ଭିସା ରଦ୍ଦ

mahabharatanews

ଟ୍ରମ୍ପଙ୍କ ୨୪ ତାରିଖ ଗସ୍ତ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ

mahabharatanews

ଆସନ୍ତା ୧୮ରେ ନିର୍ଭୟା ଗଣଦୁଷ୍କର୍ମକାରୀର ଆବେଦନ ଶୁଣାଣୀ

mahabharatanews

Leave a Comment