(ମହାଭାରତ, ଉଦଳା): ଉଦଳା ବ୍ଲକ ଅନ୍ତର୍ଗତ କୁଣ୍ଡାବାଇ ସ୍ଥିତ ଆରଡିଏସ ଡିଗ୍ରୀ ମହାବିଦ୍ୟାଳୟର ବିଶ୍ୱ କ୍ୟାନସର ଦିବସ ପାଳିତ ହୋଇଯାଇଛି । ଜାତୀୟ ସେବା ଯୋଜନା ଅଧିକାରୀ ଦିଲ୍ଲୀପ କୁମାର ପ୍ରମାଣିକଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କ୍ୟାନସର ପ୍ରତିରୋଧର ଉପାୟ ବିଷୟରେ ଅବଗତ କରାଯାଇଥିଲା । ନିଶାଦ୍ରବ୍ୟ ସେବନରୁ ନିବୃତ ରହିବା ସହ ସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ସ୍ୱେଚ୍ଛାସେବୀମାନେ ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ଦେଇଥିଲେ । ଏହାପରେ ସ୍ୱେଚ୍ଛାସେବୀମାନେ କଲେଜ ପରିସରରୁ ବାହାରି ରାଲି କରି ଗାଁ ପରିକ୍ରମା କରିଥିଲେ । ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଇବା ସହ ପୋଷ୍ଟର ମାଧ୍ୟମରେ କ୍ୟାନ୍ସରର ଭୟାବହତା ବିଷୟରେ ଲୋକଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମର ଆୟୋଜନ ପାଇଁ ଜାତୀୟ ସେବା ଯୋଜନା ଅଧିକାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଆରଡିଏସ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରଦୀପ କୁମାର ଗିରି ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନାରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।
କ୍ୟାନସର ରୋଗ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଫେବୃଆରୀ ୪ ତାରିଖରୁ
previous post
next post