ନୂଅ।।ଦିଲ୍ଲୀ: ଜଣେ ନାବାଳିକା ଦୁଷ୍କର୍ମ ପୀଡିତ।।ଙ୍କ ୨୪ ସପ୍ତାହର ଗର୍ଭପାତ ପାଇଁ ପରୀକ୍ଷା ପାଇଁ ରାମ ମନୋହର ଲେ।।ହିଆ (ଆରଏମଏଲ) ହସ୍ପିଟାଲକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ବିଭୁ ବାଖରୁଙ୍କ କୋର୍ଟ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇ ପୀଡିତାଙ୍କ ଯାଞ୍ଚ କରିବା ପାଇଁ ଏକ ଡାକ୍ତରୀ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେବା ସହ ଆସନ୍ତା ଫେବୃଆରୀ ୬ ତାରିଖ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ଏଥିସହ ଆସନ୍ତା ଶୁଣାଣି କାଳରେ ମେଡିକାଳ ଦଳର ଜଣେ ଡାକ୍ତର ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜଣେ ୧୬ ବର୍ଷର ଦୁଷ୍କର୍ମ ପୀଡିତାଙ୍କ ଜାନୁଆରୀ ୨୫ରେ ରୋହିଣି ହସ୍ପିଟାଲରେ ହୋଇଥିଲ।। । ପୀଡିତାଙ୍କ ୨୪ ସପ୍ତାହର ଗର୍ଭ ଜଣ।।ପଡିବା ପରେ ଗର୍ଭପାତ ପାଇଁ କୋର୍ଟଙ୍କ ଦ୍ୱ।।ରସ୍ଥ ହେବା ସହ କୋର୍ଟଙ୍କ ମତ ଲୋଡା ଯାଇଥିଲା । ପୀଡିତାଙ୍କ ପକ୍ଷରୁ ଓକିଲ ପ୍ରାଚି ନିର୍ଭାଣ ଦିଲ୍ଲୀ ହାଇକୋର୍ଟଙ୍କୁ ପୀଡିତାର ଗର୍ଭପାତ ପାଇଁ ଅନୁମତି ଲୋଡିଥିଲେ । କାରଣ ଯେଉଁ ହସ୍ପିଟାଲରେ ପୀଡିତାଙ୍କ ଯାଞ୍ଚ କରାଯାଇଥିଲା, ଉକ୍ତ ହସ୍ପିଟାଲ କେ।।ର୍ଟଙ୍କ ଅନୁମତି ଆଣିବାକୁ ପୀଡିତାଙ୍କୁ କହିଥିଲା ।
previous post