(ମହାଭାରତ): ରଙ୍ଗର ପର୍ବ ହୋଲି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଶାସ୍ତ୍ରରେ ଫାଲଗୁନ ମାସ ଶୁକ୍ଳ ଅଷ୍ଟମୀ ଠାରୁ ହୋଲିକା ଦହନ ପର୍ଯ୍ୟନ୍ତ ସମୟକୁ ହୋଲାଶଟାକ୍ କୁହାଯାଏ ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲି ଠାରୁ ଆଠଦିନ ପୂର୍ବରୁ ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ । ଚଳିତ ବର୍ଷ ହୋଲାଶଟାକ୍ ୩ମାର୍ଚ୍ଚ ଠାରୁ ଆରମ୍ଭ ହୋଇ ହୋଲିକା ଦହନ ୯ ମାର୍ଚ୍ଚ ଯାଏଁ ରହିବ ।
ମାନ୍ୟତା ରହିଛି କି ହୋଲାଶଟାକ୍ର ଆରମ୍ଭ ଦିନ ଭଗବାନ ଶିବ କାମଦେବଙ୍କୁ ଭସ୍ମ କରିଦେଇଥିଲେ । ଏହି ଦିନ ମାନଙ୍କରେ ଗ୍ରହ ସବୁ ଅଲଗା ଅଲଗା ରୂପରେ ରହିଥାନ୍ତି । ଏଥିପାଇଁ ହୋଲାଶଟାକ୍ରେ ଶୁଭ କାର୍ଯ୍ୟ କରାଯାଇନଥାଏ । କିନ୍ତୁ ଜନ୍ମ ଓ ମୃତ୍ୟୁ ସମୟର ଯେଉଁ କାର୍ଯ୍ୟ କରିବା କଥା ସେହି କାର୍ଯ୍ୟ କରିପାରିବେ ।
ତେବେ ଆସନ୍ତୁ ଜାଣିବା ଏହି ଆଠ ଦିନ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ । ହୋଲାଷ୍ଟକର ଆଠ ଦିନ ମଧ୍ୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ଶୁଭ ହୋଇନଥାଏ । ଏହି ସମୟରେ ବିବାହ,ଭୂମି ପୂଜନ,ଗୃହ ପ୍ରବେଶ,ମାଙ୍ଗଳିକ କାର୍ଯ୍ୟ ଏବଂ କୌଣସି ବି ନୂଆ ବ୍ୟବସାୟ କରିବା ଉଚିତ ନୁହେଁ ।
ଶାସ୍ତ୍ର ଅନୁସାରେ ହୋଲାଶଟାକ୍ ଆରମ୍ଭ ହେବା ସହ ୧୬ ସଂସ୍କାର ଯେପରି ନାମକରଣ ସଂସ୍କାର,ଗୃହ ପ୍ରବେଶ,ବିବାହ ସଂସ୍କାର ଭଳି ଶୁଭ କାର୍ଯ୍ୟ ଉପରେ ରୋକ ଲଗାଯାଇଥାଏ । ଏହା ସହ କୌଣସି ହୋମ,ଯଜ୍ଞ କାର୍ଯ୍ୟ କରାଯାଇନଥାଏ । ଏହା ସହ ନବବିବାହିତା ମହିଳା ମାନଙ୍କୁ ବାପ ଘର ନ ଯିବା ପାଇଁ ବାରଣ କରାଯାଇଥାଏ ।
ହୋଲାଷ୍ଟକର ମହତ୍ତ୍ୱ:
ହୋଲାଷ୍ଟକର ସମୟ ଭକ୍ତି ଓ ଶକ୍ତିର ପ୍ରଭାବ ସୂଚାଇଥାଏ ।ଏହି ସମୟରେ ଧ୍ୟାନ କରିବା ଉଚିତ ହୋଇଥାଏ । ହୋଲାଶଟାକ୍ ଆରମ୍ଭ ହେବା ପରେ ଗୋଟେ ଗଛର ଡ଼ାଳ ଭାଙ୍ଗି କରି ଆଣି ମାଟିରେ ପୋତା ଯାଇଥାଏ । ଏହା ଉପରେ ରଙ୍ଗ ବେରଙ୍ଗର କପଡ଼ା ଖଣ୍ଡ ବାନ୍ଧି ଦିଆଯାଏ । ଏହାକୁ ଭକ୍ତ ପ୍ରହ୍ଲାଦଙ୍କ ପ୍ରତୀକ ରୁପେ ଗ୍ରହଣ କରାଯାଇଥାଏ ।
ମାନ୍ୟତା ଅନୁସାରେ ଯେଉଁ ସ୍ଥାନରୁ ହୋଲିକା ଦହନ ପାଇଁ ଗଛର ଡ଼ାଳ ଅଣାଯାଇଥାଏ ସେହି ସ୍ଥାନରେ ଡ଼ାଳକୁ ପୋତାଯାଇଥାଏ । ସେହି ସ୍ଥାନରେ ତେବେ ଠାରୁ ହୋଲିକା ଦହନ ପର୍ଯ୍ୟନ୍ତ କୌଣସି ଶୁଭ କାର୍ଯ୍ୟ କରାଯାଇନଥାଏ ।
ହୋଲାଷ୍ଟକର ପୌରାଣିକ କଥାବସ୍ତୁ:
ମାନ୍ୟତା ରହିଛି କି ହୋଲି ପୂର୍ବରୁ ଆଠଦିନ ଅଥବା ଅଷ୍ଟମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ବିଷ୍ଣୁ ଭକ୍ତ ପହ୍ଳାଦଙ୍କୁ ବହୁ ଅତ୍ୟାଚାର କରାଯାଇଥିଲା । ପହ୍ଳାଦଙ୍କୁ ଫାଲଗୁନ ଶୁକ୍ଳପକ୍ଷ ଅଷ୍ଟମୀ ଦିନ ହିରଣ୍ୟକଶ୍ୟପ ବନ୍ଦୀ କରିଥିଲା । ଏବଂ ପ୍ରହ୍ଳାଦଙ୍କୁ ଜୀବନରୁ ମାରି ଦେବା ଭିନ୍ନ ଭିନ୍ନ ନିର୍ଯ୍ୟାତନା ଦେଇଥିଲେ । କିନ୍ତୁ ପହ୍ଳାଦ ବିଷ୍ଣୁ ଭକ୍ତ ହୋଇଥିବାରୁ ଭୟଭୀତ ନ ହୋଇ ବିଷ୍ଣୁଙ୍କ କୃପାରୁ ସେ ସବୁବେଳେ ବଞ୍ଚିଯାଇଥାନ୍ତି ।
ତେବେ ଭାଇ ହିରଣ୍ୟକଶପ୍ୟର ଚିନ୍ତା ଦେଖି ଭଉଣୀ ହୋଲିକା ଆସିଥିଲା । ହୋଲିକାକୁ ଭଗବାନ ବ୍ରହ୍ମା ସେ ନିଆଁରେ ପୋଡ଼ି ନ ହେବାର ବରଦାନ ଦେଇଥିଲେ । ତେଣୁ ସେ ନିଆଁରେ ବସି ନିର୍ଯ୍ୟାତନାରେ ଭରା ଏହି ଆଠ ଦିନକୁ ଅଶୁଭ କୁହାଯିବାର ପରମ୍ପରା ରହିଛି ।
ଭକ୍ତର ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ପ୍ରକଟ ହୋଇ ପହ୍ଳାଦଙ୍କୁ ରକ୍ଷା କରି ହିରଣ୍ୟକଶପ୍ୟର ବଦ୍ଧ କରିଥିଲେ । ସେହି ଦିନ ଠାରୁ ଭକ୍ତ ଉପରେ ଆସିଥିବା ସଙ୍କଟ କାରଣରୁ ଏହି ଆଠ ଦିନ ହୋଲାଷ୍ଟକ ଭାବେ ପାଳନ କରାଯାଇଥାଏ ।
ଏହା ସହ ଆଉ ଏକ କଥା ମଧ୍ୟ ରହିଛି ଯେ ଫାଲଗୁନ ଅଷ୍ଟମୀ ତିଥିରେ କାମଦେବ ଭଗବାନ ଶିବଙ୍କ ତପସ୍ୟା ଭଙ୍ଗ କରିଥିବା କାରଣରୁ ତାଙ୍କୁ ଭସ୍ମୀଭୂତ କରି ଦେଇଥିଲେ ।
ହୋଲାଷ୍ଟକର ବୈଜ୍ଞାନିକ ମହତ୍ତ୍ୱ:
ପାଗର ପରିବର୍ତ୍ତନ ଯୋଗୁଁ ମନ ଅଶାନ୍ତ,ଉଦାସ ଓ ଚଞ୍ଚଳ ରହିଥାଏ । ଏହି ମନରେ କୌଣସି କାର୍ଯ୍ୟ କଲେ ପରିମାଣ ଶୁଭ ହୋଇନଥାଏ । ଏହି ସମୟରେ ମନ ଆନନ୍ଦିତ କରିବା ନିହାତି ଆବଶ୍ୟକ । ଏଥିପାଇଁ ହୋଲାଷ୍ଟକ ଶେଷ ହେବା ପରେ ଆମେ ରଙ୍ଗ ଖେଳି ଆନନ୍ଦରେ ବୁଡ଼ି ରହିବାକୁ ପ୍ରୟାସ କରାଯାଇଥାଏ ।
ଧାର୍ମିକ ଗ୍ରନ୍ଥ ଓ ଶାସ୍ତ୍ର ଅନୁସାରେ ହୋଲାଷ୍ଟକ ଦିନରେ କରାଯାଇଥିବା ବ୍ରତ ଓ ଦାନ ଜୀବନର ବିଭିନ୍ନ କଷ୍ଟରୁ ମୁକ୍ତି ମିଳିଥାଏ ଓ ଇଶ୍ୱରଙ୍କ ଆଶୀର୍ବାଦ ମିଳିଥାଏ । ଏହି ଦିନ ବସ୍ତ୍ର,ଧାନ ଓ ସାମର୍ଥ୍ୟଅନୁସାରେ ଧନର ଦାନ ମଧ୍ୟ କରିପାରିବେ ।
ହୋଲି ପୂରା ଦିନ ଶିବ ଓ କୃଷ୍ଣଙ୍କୁ ଉପାସନା କରାଯାଇଥାଏ । ଏହି ଦିନ ପ୍ରେମ ଓ ଆନନ୍ଦ ପାଇଁ କରାଯାଇଥିବା ସମସ୍ତ ପ୍ରୟାସ ସଫଳ ହୋଇଥାଏ ।