ଗୌହାଟୀ: ନାଗରିକତା ସଂଶୋଧନ ବିଲ ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହେବା ପରେ ଆସାମରେ ଦେଖା ଦେଇଛି ଅସ୍ଥିରତା । ସେଠାକାର ଲୋକକେ ଆକ୍ରାମଣାତ୍ମକ ହୋଇପଡିଛନ୍ତି । ଆଜି ଏକ ଟ୍ରେନରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ସେନା ଏହାକୁ ପଣ୍ଡ କରି ଦେଇଛନ୍ତି ।
ବିଲକୁ ନେଇ ଏବେ ଅ ।ସାମରେ ବିକ୍ଷୋଭକାରୀ ଲଗାତାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏଥିସହ ବିଭିନ୍ନ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ବିକ୍ଷୋଭକାରୀ ଯାନବାହନରେ ନିଆଁ ଲଗାଇ ଦେଉଛନ୍ତି । ଫଳରେ ଆସାମରେ ଗମନାଗମନ ପ୍ରଭାବିତ ହୋଇଛି । ବିକ୍ଷୋଭକାରୀ ଏକ ଏକ୍ସପ୍ରେସ ଟ୍ରେନରେ ନିଅ ।ଁ ଲଗାଇବାକୁ ଉଦ୍ୟମ କରୁଥିବାବେଳେ ସେନା ଏଭଳି ଏକ ଉଦ୍ୟମକୁ ପଣ୍ଡ କରିଦେଇଛି । ସେନା ପାଇଁ ଶହ ଶହ ଯାତ୍ରୀଙ୍କ ଜୀବନ ବଂଚିଯାଇଛି । ମିଳିଥିବା ସୂଚନା ମୁତାବକ, ଗୁରୁବାର ଦିନ ବିକ୍ଷୋଭକାରୀମାନେ ନହରକାଟିଅ । ରେଳ ଷ୍ଟେସନରେ ଛିଡା ହୋଇଥିବା ଏକ ଟ୍ରେନରେ ନିଅ ।ଁ ଲଗାଇବାକୁ ପହଂଚିଥିଲେ । କିନ୍ତୁ ଏହି ଯୋଜନା ସମ୍ପର୍କରେ ସୂଚନା ମିଳିବା ପରେ ସେନା ପକ୍ଷରୁ ଷ୍ଟେସନରେ ବ୍ୟାପକ ଫୋର୍ସ ମୁତୟନ କରାଯାଇ ଏହି ଉଦ୍ୟମକୁ ପଣ୍ଡ କରି ଦିଆଯାଇଛି ।
ଶହ ଶହ ସଂଖ୍ୟାରେ ବିକ୍ଷୋଭକାରୀ ଟ୍ରେନରେ ନିଅ ।ଁ ଲଗାଇବାକୁ ଉଦ୍ୟମ କରୁଥିବାବେଳେ ଟ୍ରେନ ଭିତରେ ଫସିରହିଥିଲେ ବହୁ ଯାତ୍ରୀ । ତେବେ ରେଳ ଅଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଓ ସେନାର ଯବାନଙ୍କ ପ୍ରୟାସ ଯୋଗୁଁ ଏହି ଟ୍ରେନ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ସେନା ପକ୍ଷରୁ କୁହାଯାଇଛି ଯେ ନହରକାଟିଅ । ରେଳ ଷ୍ଟେସନରେ ସୀଲଚର-ଦିବରୁଗଡ଼ ବ୍ରହ୍ମପୁତ୍ର ଏକ୍ସପ୍ରେସ ଛିଡା ହୋଇଥିଲା । ଏହି ସମୟରେ ବିକ୍ଷୋଭକାରୀ ଏହି ଟ୍ରେନରେ ନିଅ ।ଁ ଲଗାଇବାକୁ ଉଦ୍ୟମ ଅ ।ରମ୍ଭ କରିଦେଇଥିଲେ ।
ଏହି ସମୟରେ ରେଳ ଅଧିକାରୀମାନେ ତୁରନ୍ତ ସେନାକୁ ଏ ବାବଦରେ ଖବର ଦେଇଥିଲେ । ସୂଚନା ପାଇ ଯବାନମାନେ ତୁରନ୍ତ ଷ୍ଟେସନରେ ପହଁଚିଯାଇଥିଲେ ଓ ବିକ୍ଷୋଭକାରୀଙ୍କୁ ଘଉଡାଇଦେଇଥିଲେ । ଏହା ପରେ ସେନା ଓ ଅ ।ସାମ ରାଇଫଲସର ଯବାନମାନେ ଟ୍ରେନରେ ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ।