ଓଡିଶା

ଆୟବା: ଭୁଲ ପଞ୍ଜିକରଣ ଯୋଗୁଁ ୪୧ଚାଷୀ ଧାନ ବୀକ୍ରୟରୁ ବଂଚିତ

କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ବିକ୍ରୟ ନିମନ୍ତେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କେନ୍ଦ୍ରାପଡା ଶାଖାରେ ଭୁଲ ପଞ୍ଜିକରଣ କରାଯାଇଥିବା କାରଣରୁ ୪୧ଜଣ ଚାଷୀ ଆୟବା ପ୍ୟାକ୍ସରେ ଧାନ ବିକ୍ରୟରୁ ବଂଚିତ ହୋଇଥିଲେ । ଏସମ୍ପର୍କରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ ସଂପୃକ୍ତ ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ବିଧାୟକ ଶ୍ରୀ ବେହେରା ଘଟଣା ସମ୍ପର୍କରେ ରାଜ୍ୟ ସମବାୟ ସଚିବଙ୍କୁ ଭେଟି ଚାଷୀମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଜଣାଇବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ସେ ସମ୍ପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଠାରୁ ବୁଝିବା ପରେ ସମବାୟ ସଚିବଙ୍କୁ ଧାନ ବୀକ୍ରୟ ପାଇଁ ଅନୁମତି ପ୍ରଦାନ କରିବାକୁ ଏକ ପତ୍ର ଲେଖିଥିଲେ । ବିଧାୟକଙ୍କ ହସ୍ତକ୍ଷେପ ଯୋଗୁଁ ରାଜ୍ୟ ସମବାୟ ବିଭାଗୀୟ ସଚିବଙ୍କ ତନାଘନା ଆରମ୍ଭ ହୋଇଥିବା ଜଣାପଡିଛି । ମାର୍ଚ୍ଚମାସ ଶେଷ ସୁଦ୍ଧା ଧାନ ବିକ୍ରୟରୁ ବଂଚିତ ଚାଷୀମାନେ ଟୋକନ ପାଇବାର ସମ୍ଭାବନା ସୃଷ୍ଟି ହୋଇଥିବା ଦେଖାଯାଇଛି ।

Related posts

ବିଜେପି ନେତାଙ୍କ ଗାଡ଼ି ଧକ୍କାରେ ଚାଲିଗଲା ଯୁବକର ଜୀବନ 

mahabharatanews

ବନ୍ୟା ସ୍ଥିତି; ବୁଡିଗଲା ଏମ୍‌ଭି-୯୬ ପୋଲ

mahabharatanews

ପୁଣି ବିରୋଧୀଙ୍କ ନାରାବାଜି: ଦିନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

mahabharatanews

Leave a Comment