Uncategorized

ଉତ୍ତେଜକ ଭାଷଣ: ପୂର୍ବତନ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ନାମରେ ମାମଲ।

ମୁରାଦାବାଦ: ଫେବୃଆରୀ ୨୨ ତାରିଖରେ ମୁରାଦାବାଦରେ ଅନୁଷ୍ଠିତ ଏକ ସିଏଏ ବିରୋଧୀ କାର୍ଯ୍ୟକ୍ରମରେ ପୂର୍ବତନ ଉତ୍ତର ପ୍ରଦେଶ ରାଜ୍ୟପାଳ ଅଜିଜ କ୍ୟୁରେସି ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିବାକୁ ନେଇ ଆଜି ତାଙ୍କ ନାମରେ ଏକ କେଶ ଦାୟର ହୋଇଛି । ମୁରାଦା ବାଦର ଇଦଗାହ ମୈଦାନରେ ଅନୁଷ୍ଠିତ ସିଏଏ ବିରୋଧି ପ୍ରଦର୍ଶନରେ ଭାଗ ନେଇ କୁରେସି ଲୋକଙ୍କୁ ସମ୍ବୋଧନ ଦେଇଥିଲେ । ସେଠାରେ ସେ ଉତ୍ତେଜକ ଭାଷଣ ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ଧାରା ୧୪୩, ୧୪୫, ୧୪୯ ଓ ୧୮୮ ଆଇପିସିରେ କେଶ ଦାୟର ହୋଇଥିବା ମୁରାଦା ବାଦ ଏସପି କହିଛନ୍ତି ।

କୁରେସି ପୂର୍ବରୁ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କର କୌଣସି ଅଧିକାର ନାହିଁ କି ଧର୍ମ ଭିତ୍ତିରେ ଭେଦଭାବ ସୃଷ୍ଟି କରିବେ, ଏହା ଅସମ୍ବିଧାନିକ । ମହାତ୍ମା ଗାନ୍ଧୀ ଓ ଜବାହାର ଲାଲ ନେହରୁ ଦେଶ ବିଭାଜନ ପରେ ହିନ୍ଦୁ ଭାରତର ଚିନ୍ତାଧାରାକୁ ବିରୋଧ କରିଥିଲେ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କର କୌଣସି ଅଧିକାର ନାହିଁ ଧର୍ମ ଭିତ୍ତିରେ ଭେଦଭାବ ସୃଷ୍ଟି କରିବେ । ସେମାନେ ଦେଶାରେ ବିଭାଜନ ପଲିସରେ କାମ କରୁଛନ୍ତି । ଏହା ପରେ ୨୨ ତାରିଖରେ ସିଏଏ ବିରୋଧୀ ପ୍ରଦର୍ଶନ କାଳରେ କହିଥବଲେ, ମୁଁ ମୋଦି ଓ ସାହାଙ୍କୁ କହିବାକୁ ଚାହୁଁଛି, ସେମାନେ ଇତିହାସ ଅବଲୋକନ କରନ୍ତୁ । ବିଗତ ୧୨୦୦ ବର୍ଷରେ ମୁସଲମାନମାନେ ଦେଶ ପାଇଁ ବହୁ ତ୍ୟାଗ ସ୍ୱୀକାର କରିଛନ୍ତି । ୧୮୫୭ରେ ହୋଇଥିବା ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ବହୁ ମୁସଲମାନ ସେମାନଙ୍କ ଜୀବନ ଦାନ କରିଥିଲେ ।

Related posts

ଏଠାରେ ଚାଲୁଚାଲୁ ଶୋଇପଡ଼ନ୍ତି ଲୋକେ

mahabharatanews

କୋରୋନା ଭୂତାଣୁ ସଂକ୍ରମଣରେ କେରଳ ଆଗରେ

mahabharatanews

ଇସ୍ତଫା ଦାବି ମଧ୍ୟରେ ରାଷ୍ଟ୍ରପତିଙ୍କୁ ଭେଟିଲେ ନେପାଳ ପ୍ରଧାନମନ୍ତ୍ରୀ

mahabharatanews

Leave a Comment