Uncategorized

ଉପହାର ସମ୍ପର୍କକୁ ମଧୁର କରିଥାଏ,ହେଲେ ଆପଣଙ୍କ ଉପହାର ଆଣୁନି ତ ତିକ୍ତତା,ଜାଣିବେ କିପରି?

(ମହାଭାରତ): କୌଣସି ପୂଜା,ପର୍ବ,ପାର୍ଟି,ଜନ୍ମଦିନ କିମ୍ବା ମ୍ୟାରେଜ ଫଙ୍କସନକୁ ଗଲେ ଉପହାର ଦେବାକୁ ଆମେ ଭୁଲି ନଥାଉ । କିନ୍ତୁ ଆମେ ଅଜାଣତରେ ଏପରି ଭୁଲ କରି ବସୁ,ଯାହାର ଫଳ ଆମକୁ ଭୋଗିବାକୁ ପଡିଥାଏ । ଏପରି ଜାଗାକୁ ଯିବା ବେଳେ କେଉଁ ଉପହାର ଦିଆଯିବା ଉଚିତ୍ ନୁହେଁ,ସେ ବିଷୟରେ କିଛି ଧାରଣା ରଖିବା ଭଲ । ଯଦି ଆପଣ ଅଜାଣତରେ ଭୁଲ ଉପହାର ଦିଅନ୍ତି ତାହେଲେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି ।
ଗଣେଶଙ୍କ ମୂର୍ତ୍ତି ସହ ଦିଅନ୍ତୁ ନାହିଁ ଲକ୍ଷ୍ମୀଙ୍କ ମୂର୍ତ୍ତି
ଉପହାରରେ ଆମେ ଗଣେଶଙ୍କ ମୂର୍ତ୍ତି ଦେଇଥାଉ । କିନ୍ତୁ ଏହି କଥା ମଧ୍ୟ ଧ୍ୟାନ ରଖନ୍ତୁ ଗଣେଶଙ୍କ ମୁର୍ତ୍ତି ଦେଉଥିଲେ ଭୁଲରେ ବି ଲକ୍ଷ୍ମୀଙ୍କ ମୂର୍ତ୍ତି ଦିଅନ୍ତୁ ନାହିଁ । ଏକ ସଙ୍ଗେ ଏହି ୨ ମୂର୍ତ୍ତି ଦେବା ଦ୍ୱାରା ଆପଣଙ୍କ ଧନ ହାନି ହୋଇପାରେ ।
ସ୍ୱର୍ଣ୍ଣ ମୁଦ୍ରାରେ ଲକ୍ଷ୍ମୀଙ୍କ ଚିତ୍ର ଥିଲେ
ଭାରତୀୟ ପରମ୍ପରା ଅନୁସାରେ ଶୁଭ ଅବସରରେ ସ୍ୱର୍ଣ୍ଣ ମୁଦ୍ରା ଉପହାର ଦିଆଯାଇଥାଏ । ଏହାକୁ ଦେଲା ବେଳେ ଯଦି ମୁଦ୍ରା ଉପରେ ଲକ୍ଷ୍ମୀଙ୍କ ଚିତ୍ର ରହିଛି ତାହେଲେ ଏହାକୁ ଦିଅନ୍ତୁ ନାହିଁ । ଏହା ଦ୍ୱାରା ମଧ୍ୟ ଆପଣ ଧନହାନି ହୋଇପାରେ ।
ଦିଅନ୍ତୁ ନାହିଁ ରୁମାଲ
ଉପହାର ସମ୍ପର୍କକୁ ମଧୁର କରିଥାଏ । କିନ୍ତୁ ଆପଣ ଯଦି କାହାକୁ ଉପହାରରେ ରୁମାଲ ଦେଉଛନ୍ତି ତାହେଲେ ସମ୍ପର୍କ ମିଠା ହେବା ପରିବର୍ତ୍ତେ ତିକ୍ତତା ଆଡକୁ ଚାଲି ଯାଇଥାଏ ।
ଧାରୁଆ ବସ୍ତୁ
ଆପଣଙ୍କ ବନ୍ଧୁ ପରିଜନଙ୍କୁ ଧାର ଥିବା ବସ୍ତୁ ଉପହାର ଦିଅନ୍ତୁ ନାହିଁ । ଏହା କରିବା ଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ ।
ଧାର୍ମିକ ପୁସ୍ତକ
ଯଦି ଆପଣ କାହାକୁ ଧାର୍ମିକ ପୁସ୍ତକ ଦେବାକୁ ଚାହୁଁଛନ୍ତି ତାହେଲେ ସେହି ବ୍ୟକ୍ତି ମଧ୍ୟ ଧାର୍ମିକ ହୋଇଥିବା ଆବଶ୍ୟକ । ଏହି ବିଷୟ ଉପରେ ଧ୍ୟାନ ରଖି ଧାର୍ମିକ ପୁସ୍ତକ ଉପହାର ଦିଅନ୍ତୁ । ନହେଲେ ସେହି ପୁସ୍ତକର ଅପମାନ ହୋଇଥାଏ ।

Related posts

ମୋଜା ବିକୁଥିବା ବ୍ୟକ୍ତିଙ୍କ ପୁଅ ଆଜି ମାଇକ୍ରୋସପ୍ଟର ଇଞ୍ଜିନୟର

mahabharatanews

୭ ଆଇଇଡିଏସ ଉଦ୍ଧାର

mahabharatanews

ଘନ କେଶ ପାଇଁ ଉପକାରୀ ଅଦା

mahabharatanews

Leave a Comment