ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମ କୋର୍ଟ ୧୯୯୭ ଉପହାର ସିନେମା ଅଗ୍ନିକାଣ୍ଡର ପୀଡିତ ଓ ଯେଉଁମାନେ ଏହି ଦୁର୍ଗଟଣାରେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ପରିବ।।ର ବର୍ଗ ଦାୟର କ୍ୟୁରେଟିଭ ପିଟିସନକୁ ଆଜି ଖାରିଜ କରିଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ଏ ବୋବଡେ, ଜଷ୍ଟିସ ଏନଭି ରମନା ଓ ଜଷ୍ଟିସ ଅରୁଣ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସୋସିଏସନ ଫର ଭିକ୍ଟିମ୍ସ ଅଫ ଉପହାର ଦୁର୍ଘଟଣା (ଏଭିୟୁଟି) ଦ୍ୱାରା ଦାଖଲ ହୋଇଥବବା କ୍ୟୁରେଟିଭ ପିଯିସନକୁ ଖାରିଜ କରିଦେଇଛନ୍ତି ।
ଏହାକୁ ନେଇ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, କୋର୍ଟ କ୍ୟୁରେଟିଭ ପିଯିସନକୁ ପଢିଛନ୍ତି ଓ ଏଥିସମ୍ବନ୍ଧିତ ସମସ୍ତ ଦସ୍ତାବିଜ ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏହାକୁ ନେଇ କୌଣସି ମାମାଲା ହେଉନାହିଁ । ତେଣୁ ଏହାକୁ ଖାରିଜ କରାଯାଉଛି ।
ସୂଚନାଯୋଗ୍ୟ, ଏହି ଅଗ୍ନିକାଣ୍ଡକୁ ନେଇ ରିଅଲିଷ୍ଟେଟର ନାମଜାଦା ବ୍ୟବସାୟୀ ଗୋପାଳ ଅନସଲଙ୍କୁ ୨୦୧୮ ଫେବୃଆରୀ ୯ ତାରିଖରେ ଏକ ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା, ଯେତେବେଳେ କି ତାଙ୍କ ବଡ ଭାଇ ସୁସିଲ ଅନସଲଙ୍କୁ ତାଙ୍କ ବୟାସାଧିକ୍ୟ ଓ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଜେଲ ଦଣ୍ଡ ଦେଇନ ଥିଲେ । ଜୁନ ୧୩ ୧୯୯୭ରେ ବର୍ଡର ଫିଲ୍ମ ପ୍ରଦର୍ଶନ ଚାଲିଥିବା ବେଳେ ଦିଲ୍ଲୀର ଗ୍ରିନ ପାର୍କ ଅଞ୍ଚଳରେ ଥିବା ଉପହାର ସିନେମା ହଲ ଅଗ୍ନିକାଣ୍ଡରେ ହୋଇଥିବା ଦଳାଚକଟାରେ ମୋଟ ୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ ।
previous post
next post