Uncategorized

ଉରୀ: ସେନା ଦ୍ୱାରା ଆଇଇଡି ଉଦ୍ଧାର

ଶ୍ରୀନଗର: ଏକ ବଡଧରଣରୁ ଆତଙ୍କବାଦୀ ଆକ୍ରମଣକୁ ବିଫଳ କରିଛି ଭାରତୀୟ ସେନା । ରବିବାର ସକାଳୁ ବାରାମୁଲା-ଉରୀ ଜାତୀୟ ରାଜପଥରୁ ସେନା ସନ୍ଦେହଜନକ ସାମଗ୍ରୀ ଜବତ କରିଛି । ରବିବାର ସକାଳୁ ରୋଡ ଓପନିଙ୍ଗ ପାର୍ଟି ତୁଷାରପାତ ଯୋଗୁ ରାସ୍ତା ଜାମ ରହିଥିବାରୁ ରାସ୍ତା ପରିଷ୍କାର କରୁଥିଲା । ଜାମ୍ମୁ-କାଶ୍ମୀରର ବାରାମୁଲା-ଉରୀ ଜାତୀୟ ରାଜପଥରୁ ଅଫୁଟା ବୋମା ଜବତ କରିଥିଲେ । ଏହା ପରେ ତୁରନ୍ତ ବୋମା ନିଷ୍କ୍ରିୟକାରୀ ଦଳ ସେଠାରେ ପହଞ୍ଚି ତାକୁ ନିଷ୍କ୍ରିୟ କରିଥିଲେ । ଏହା ଏକ ଅ ।ଇଇଡି ଥିବା ସେନା ପକ୍ଷରୁ କୁହାଯାଇଛି ।

ଏହା ପୂର୍ବରୁ ଶନିବାର ମଧ୍ୟ ଆତଙ୍କୀଙ୍କ ଷଡଯନ୍ତ୍ରକୁ ସୁରକ୍ଷାକର୍ମୀମାନେ ବିଫଳ କରିଥିଲେ । ସୋପୋର କୁପୱାଡା ଜାତୀୟ ରାଜପଥରେ ଉତ୍ତର କାଶ୍ମୀରର ହିନ୍ଦୱାଡା ଅଞ୍ଚଳ ଅନ୍ତର୍ଗତ ୱାରପୁରାରୁ ଆଇଇଡି ଜବତ ହୋଇଥିଲା । ଏହା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଥିଲା ।

Related posts

ମୁଖ୍ୟମନ୍ତ୍ରୀ ମମତାଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ,ଗେଟ୍ ଭୁଶୁଡ଼ି ୨ ଆହତ

mahabharatanews

ଆଗ୍ରାରେ ୧୩ କୋରୋନା ସନ୍ଦିଗ୍ଧ ଚିହ୍ନଟ

mahabharatanews

ଭାରତରେ ୧୦ କୋରୋନା ସଂକ୍ରମିତ ସୁସ୍ଥ

mahabharatanews

Leave a Comment