Uncategorized

ଉହାନ ଅଭିମୁଖେ ଉଡାଣ ଭରିଲା ବାୟୁସେନା ବିମାନ

(ନୂଆଦିଲ୍ଲୀ): ଚୀନରେ କୋରୋନା ଭାଇରସ ବ୍ୟାପିଥିବା ବେଳେ ଏଠାରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ବୁଧବାର ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଉହାନ ସହର ଅଭିମୁଖେ ଯାତ୍ରା କରିଛି । ବାୟୁସେନାର ସି-୧୭ ଗ୍ଲୋବଷ୍ଟର ବିମାନ ଏକ ଚିକିତ୍ସା ମିଶନରେ ବିମାନଟି ଉହାନ ଗସ୍ତ କରିଛିି । ବାୟୁସେନାର ଯବାନଙ୍କୁ ନେଇ ଏହି ବିମାନଟି ୧୫ ଟନ ଚିକିତ୍ସା ସାମଗ୍ରୀ ଧରି ଉଡାଣ ଭରିଛି । ସେଠାରେ ପହଞ୍ଚିବା ପରେ ଫସି ରହିଥିବା ଭାରତୀୟ ଓ ଅନ୍ୟ ଦେଶଗୁଡିକର ନାଗରିକମାନଙ୍କୁ ଉଦ୍ଧାର କରି ଭାରତ ଆଣିବ ବୋଲି ସୂଚନା ମିଳିଛି । ବାୟୁସେନାର ଏହି ସ୍ୱତନ୍ତ୍ର ବିମାନଟି ସେଠାରେ କୋରୋନା ସଂକ୍ରମିତ ଲୋକଙ୍କୁ ଚିକିତ୍ସା ସାମଗ୍ରୀ ଯୋଗାଇ ଦେବା ପାଇଁ ଯାତ୍ରା କରିଛି । ସେଠାରେ ଫସି ରହିଥିବା ଭାରତୀୟ ଓ ଭାରତର ମିତ୍ର ଦେଶଗୁଡିକର ନାଗରିକମାନଙ୍କୁ ଉଦ୍ଧାର କରି ଗୁରୁବାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବ ବୋଲି ବାୟୁସେନା ଗ୍ରୁପ କ୍ୟାପଟେନ ଏକେ ପଟ୍ଟନାୟକ କହିଛନ୍ତି । ପୂର୍ବରୁ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏକ ବିମାନ ଉହାନ ଯାଇ ସେଠାରୁ ଭାରତୀୟ ଓ ଅନ୍ୟ ବିଦେଶୀ ନାଗରିକମାନଙ୍କୁ ଉଦ୍ଧାର କରି ଭାରତ ଫେରିଥିଲା । ସୂଚନାଯୋଗ୍ୟ, ଏଯାଏ କୋରୋନା ସଂକ୍ରମଣରେ ଚୀନରେ ୨୭୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହସ୍ରାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହି ଭୁତାଣୁ ଦେଶର ୨୭ଟି ଦେଶକୁ ବ୍ୟାପିଛି ।

Related posts

ଫାଇନାଲରେ ଇର୍ଫାନକୁ ପରାସ୍ତ କଲେ ଗମ୍ଭୀର

mahabharatanews

ଅନଲକ-୨ ପାଇଁ ଗାଇଡଲାଇନ ଜାରି

mahabharatanews

ଲକଡାଉନ ନାଁରେ ସରକାରୀ ନିର୍ଦ୍ଦେଶକୁ ପୁଲିସର ଅବମାନନା

mahabharatanews

Leave a Comment