ମୁମ୍ବାଇ: ମହାରାଷ୍ଟ୍ରରେ ଏକ ତରଫା ପ୍ରେମକୁ ନେଇ ଜଣେ ବିବାହିତ ବ୍ୟକ୍ତ ମହିଳା ଶିକ୍ଷୟିତ୍ରୀଙ୍କୁ ଜୀବନ୍ତ ଜାଳି ଦେଇଛି । ପୀଡିତା ଶିକ୍ଷୟିତ୍ରୀଙ୍କୁ ନାଗପୁର ହସପିଟାଲରେ ଭର୍ତ୍ତି କରାଯାଇଛି । ଏଥିରେ ପୀଡିତାଙ୍କ ଆଖି ଗୁରୁତର ଭାବେ ପ୍ରଭାବିତ ହେ।।ଇଛି ଓ ୩୦ ପ୍ରତିଶତ ଜଳିଯାଇଛନ୍ତି । ଏହି ଘଟଣା ବର୍ଦ୍ଧାର ହିମଗଙ୍ଗାଘାଟରେ ଘଟିଛି ।
ସୂଚନାଅନୁଯାୟୀ, ୨୪ ବର୍ଷୀୟା ପୀଡିତା ଗତ ସାତ ମାସ ହେବ ଏକ ମହିଳା କଲେଜରେ ପଢାଉଛନ୍ତି । ତାଙ୍କୁ ୨୭ ବର୍ଷୀୟ ବିବାହିତ ବିକ୍କି ନଗରାଲେ ବିବାହର ପ୍ରସ୍ତାବ ଦେଇଥିଲା । କିନ୍ତୁ ପୀଡିତ।। ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ଅଭିଯୁକ୍ତ ବିକ୍କି ପୀଡିତା ଉପରକୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲା । ଘଟଣାରେ ତୁରନ୍ତ ପୁଲିସ ପଦକ୍ଷେପ ନେଇ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଯୋଗ୍ୟ, ପୀଡିତାର ବିବାହ ଅନ୍ୟତ୍ର ସ୍ଥିର ହୋଇଥିଲା ।
previous post
next post