ଓଡିଶା

ଏଚଆଇଭି ଆକ୍ରାନ୍ତ ଯୁବକଙ୍କ ଆତ୍ମହତ୍ୟା

ମହାଭାରତ: ରାଇରଙ୍ଗପୁର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଦେହରେ କିରାସିନି ଢାଳି ହୋଇ ଜଣେ ଯୁବକ ନିଜକୁ ଜାଳିବାକୁ ଚେଷ୍ଟା କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ତିରିଂ ଥାନା ଅନ୍ତର୍ଗତ ସୁନାପୋଷି ଗାଁର ଯୁବକ ଜଣକ ଏଚଆଇଭି ଆକ୍ରାନ୍ତ ହୋଇ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । ତାଙ୍କର ପରିବାର ବୋଲି କେହି ନଥିବାରୁ ଏକାକୀ ଗାଁ ମୁଣ୍ଡରେ ରହୁଥିଲେ । ଦିନକୁ ଦିନ ତାଙ୍କର ଯନ୍ତ୍ରଣା ବଢି ଯାଇଥିଲା । ଫଳରେ ରୋଗ କଷ୍ଟ ସହି ନପାରି ସେ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ଗାଁ ଲୋକେ କହିଛନ୍ତି ।

Related posts

ଶୀତ ଅଧିବେଶନରେ ରହିବ ନାହିଁ ପ୍ରଶ୍ନକାଳ

mahabharatanews

ନାମାଙ୍କନ ଦାଖଲ କଲେ ମନ୍ମଥ ରାଉତରାୟ 

mahabharatanews

 ୨୮ରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

mahabharatanews