Uncategorized

ଏଚ୧ଏନ୧ ସଂକ୍ରମଣ: ଭ୍ୟାକ୍ସିନ ନେବାକୁ ଜଷ୍ଟିସ ବୋବଡେଙ୍କ ପରାମର୍ଶ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ୬ ଜଣ ବିଚାରପତି ଏଚ୧ଏନ୧ରେ ସଂକ୍ରମିତ ହେବା ପରେ ମୁଖ୍ୟବିଚାରପତି ଏସ ଏ ବୋବଡେ ସମସ୍ତ ବିଚାରପତିଙ୍କୁ ନେଇ ଆଜି ଏକ ବୈଠକ କରିଥିଲେ । ବୈଠକରେ ସମସ୍ତ ବିଚାରପତି, ଓକିଲ ଓ ସମସ୍ତ କର୍ମଚାରୀଙ୍କୁ ଏଚ୧ଏନ୧ର ସଂକ୍ରମଣରୁ ରକ୍ଷା ପାଇଁ ଆସୋସିଏସନ ଭ୍ୟ।।କ୍ସିନ ଯୋଗାଇଦେବାକୁୁ ପରାମର୍ଶ ଦେଇଥିଲେ ।

ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡଙ୍କ କୋର୍ଟରେ ସେ ଓକିଲଙ୍କୁ ସୂଚନା ଦେଇଥିଲେ କି ମୁଖ୍ୟ ବିଚାରପତି ଆପେକ୍ସ କୋର୍ଟରେ ସମସ୍ତ ବିଚାରପତିଙ୍କୁ ନେଇ ଏକ ବୈଠକ କରିବା ସହ ଏଚ୧ଏନ୧ ସଂକ୍ରମଣରେ ରୋକ ଲଗାଇବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଜଷ୍ଟିସ ଚନ୍ଦ୍ରଚୁଡ ଆହୁରି କହିଥିଲେ, ଏହି ବୈଠକରେ ସମସ୍ତ ଓକିଲଙ୍କୁ ସଂକ୍ରମଣ ରେ।।କିବା ପାଇଁ ଟିକା ଦିଆଯିବାକୁ ନିଷ୍ପତି ହୋଇଛି । ଏହା ପରେ ମୁଖ୍ୟ ବିଚାରପତି କୋର୍ଟର ଅଧିକାରୀମାନଙ୍କ ସହ ଏକ ବୈଠକ ଏହି ବିଷୟରେ ମଧ୍ୟ କରିଛନ୍ତି । ଏହି ବୈଠକ କାରଣରୁ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଥିବା ମାମଲାକୁ ୧୦.୩୦ ବଦଳରେ ୧୧.୦୮ରେ ଶୁଣାଣି କରାଯାଇଥିଲା ।
ଏଚ୧ଏନ୧ରେ ସଂକ୍ରମିତ ସମସ୍ତ ୬ ଜଣ ବିଚାରପତି ସଂକ୍ରମଣ ରୋକିବା ଲକ୍ଷ୍ୟରେ ଘରେ ରହିଛନ୍ତି । ଆଜି କୋର୍ଟରେ ଜଷ୍ଟିସ ସଞ୍ଜିବ ଖାନ୍ନା ମାସ୍କ ଲଗାଇ କାରୁ କରୁଥିବା ଦେଖିବାକୁ ମଳିଥିଲା । ଅନ୍ୟ ପକ୍ଷରେ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ କହିଛନ୍ତି, ଏହି ସମସ୍ୟାର ସମାଧାନ କରିବାକୁ ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତିଙ୍କ ସହ ବୈଠକ ହୋଇଛି ।

ସୂଚନାଯୋଗ୍ୟ, ଜୁହିସିଆଲ କନଫେରେନ୍ସରେ କିଛି ବିଦେଶୀ ପ୍ରତିନିଧି ମଣ୍ଡଳୀ ମଧ୍ୟ ଯୋଗଦେଇଥିଲେ । ସେମାନେ ଏଚ୧ଏନ୧ରେ ଆକ୍ରାନ୍ତ ଥିଲେ । ସେମାନଙ୍କଠ।।ରୁ ଏହା ବିଚାରପତିଙ୍କୁ ବ୍ୟପିଥିବା ସନ୍ଦେହ କରାଯାଉଛି । ସ।।ବରିମାଲା ମାମଲ।।ର ଶୁଣାଣି କରୁଥିବା ୯ ଜଣଆ ଖଣ୍ଡପୀଠର ଦୁଇ ବିଚାରପତି ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ଏହାରୁ ଶୁଣାଣି ଘୁଞ୍ଚିବା ଆଶଙ୍କା କରାଯାଉଛି ।

Related posts

ସୁରକ୍ଷା ବଳ ଗୁଳିରେ ୩ ଆତଙ୍କୀ ନିହତ

mahabharatanews

ଫଲ୍ସ ନେଗେଟିଭ ସୁପର ସ୍ପ୍ରେଡର କାରଣ

mahabharatanews

ଆମେରିକା ରାଷ୍ଟ୍ରପତି ନିର୍ବାଚନ

mahabharatanews

Leave a Comment