Uncategorized

ଏନଆରସି ପତିବାଦ ହିଂସାରେ ୩୦ ମୃତ

କୋଲକାତା: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଂଶେ।।ଧିତ ନାଗରିକତା ଆଇନ (ସିଏଏ) ବିରୋଧ କରୁଥିବା ପ୍ରଦର୍ଶନକାରୀଙ୍କୁ କଥିତ ରୂପେ ରାଷ୍ଟ୍ରୀ ବିରୋଧ କହିବାକୁ ନେଇ ବିଜେପି ନେତାଙ୍କ ଆଲୋଚନା କରିଛନ୍ତି ଓ ଦିଲ୍ଲୀର ସାହିନ ବାଗ ଓ ଜାମିଆ ମିଲିଆ ଇସଲାମିଆ ବାହାରରେ ହୋଇଥିବା ଗୁଳିମାଡ ।ଶନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କୁ ଆତଙ୍କିତ କରିଛି ।
ମମତା ଆହୁରି କହିଛନ୍ତି, ପ୍ରସ୍ତାବିତ ରାଷ୍ଟବ୍ୟାପୀ ଏନଆରସି ବିରୋଧରେ ପଶ୍ଚିମ ବଙ୍ଗରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ସେ ଆହୁରି କହିଛନ୍ତି, ଏନପିଆ, ଏନଆରସି ଓ ସିଏଏ କଳା ଜାଦୁ ପରି । କଣ ଆପଣ ମତେ ଦେଶରୁ ବାହାର କରି ଦେବେ କାରଣ ମୋ ନିକଟରେ ମୋ ମା ର ଜନ୍ମ ପ୍ରମାଣ ପତ୍ର ନାହିଁ । ଆମେ ତୃଣଭୂଳ କଂଗ୍ରେସ ବିଜେପି ପରି ଦୁଶାସନ ଦଳ ନୋହୁଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅଙ୍କୁଶ ଲଗାଇ ବାନାର୍ଜି କହିଛନ୍ତି, କେବଳ ନିର୍ବାଚନ କାଳରେ ନିଜେ କୁ ଚୌକିଦାର କହୁଥିବା ଲୋକ ପ୍ରଧାନମନ୍ତ୍ରୀ । ସେ ପୂରା ବର୍ଷ ଜନତାଙ୍କ ଯତ୍ନ ରଖନ୍ତି । ସେମାନଙ୍କ ସମସ୍ୟା ଶୁଣନ୍ତି । ୨୪ ଉତ୍ତର ପ୍ରଗଣାର ବନଗାଁରେ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି, କିନ୍ତୁ ସେ ସେହି ସମୂହ ସହ ସମ୍ବନ୍ଧ ରଖନ୍ତି ନାହିଁ ଯାହା ଘୃଣାର ପ୍ରସାର କରେ ।

Related posts

ସିଏଏ ବିରୋଧୀ ପ୍ରଦର୍ଶନରେ ପୁଲିସ ଉପରେ ପଥର ମାଡ

mahabharatanews

ବଙ୍କରରେ ଲୁଚିଲେ ଟ୍ରମ୍ପ

mahabharatanews

ସିଏଏ ହିଂସା: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ୟଦୁରପ୍ପା

mahabharatanews

Leave a Comment