ଓଡିଶା

ଏନଏଚସିକୁ ଗଲା ଅମ୍ଫାନ ବାତ୍ୟା ଶିଶୁ ମୃତ୍ୟୁ ଘଟଣା

ଭଦ୍ରକ: ଅମ୍ଫାନ ବାତ୍ୟା ବେଳେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ କାଁପଡା ଗ୍ରାମରେ ଏକ ଦୁଇ ମାସର ଶିଶୁପୁତ୍ରର କାନ୍ଥ ପଡ଼ି ମୃତ୍ୟୁ ହୋଇଥିଲା । କିନ୍ତୁ ସରକାର ଶିଶୁ ପୁତ୍ରର ମୃତ୍ୟୁ କାରଣ ନିମୋନିଆ ଦର୍ଶାଇଥିଲେ । ଏହି ସରକାରୀ ରିପୋର୍ଟ ବିରୋଧରେ ଜାତୀୟ ମାନବାଧିକାର କମିସନ(ଏନଏଚସି) ନୂଆଦିଲ୍ଲୀ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି।
ଗତ ୨୦ ତାରିଖରେ ହୋଇଥିବା ଭୟଙ୍କର ଅମ୍ଫାନ ବାତ୍ୟା ବେଳେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ କାଁପଡା ଗ୍ରାମର ବଳରାମ ଦାସଙ୍କ ଘର କାନ୍ଥ ଭୁଶୁଡି ପଡିଥିଲା । କାନ୍ଥ ଚାପରେ ବଳରାମଙ୍କ ଦୁଇ ମାସର ପୁଅର ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ତିହିଡ଼ି ଥାନାରେ ସେହି ଦିନ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶିଶୁପୁତ୍ରର ମୃତ୍ୟୁ ନିମୋନିଆରୁ ହୋଇଥିବା ଦର୍ଶାାଯାଇଥିଲା । ରାଜ୍ୟ ସରକାର ବାତ୍ୟାରେ ଜିରୋ କାଜୁଆଲଟି ହୋଇଥିବା ଘୋଷଣା କଲେ।
କିନ୍ତୁ ଅସହାୟ ଦଳିତ ବଳାରାମ ଦାସଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ଜାତୀୟ ମାନବାଧିକାର କର୍ମୀ ଭଜମନ ବିଶ୍ବାଳ ଭଦ୍ରକ ଜିଲ୍ଲାର ବାତ୍ୟାଜନିତ ଶିଶୁ ମୃତ୍ୟୁ ପାଇଁ ସରକାରଙ୍କ ରିପୋର୍ଟ ବିରୋଧରେ ଜାତୀୟ ମାନାଧିକାର କମିସନର ନୂଆଦିଲ୍ଲୀଙ୍କ ଦ୍ବାରସ୍ଥ ହୋଇଥିଲେ। ଶିଶୁ ପୁତ୍ରର ମୃତ୍ୟୁ ଘଟଣା ପରେ ତାଙ୍କ ପରିବାରକୁ ନ୍ୟାୟ ମିଳି ନାହିଁ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଜିଲ୍ଲାପାଳ କହିଛନ୍ତି ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଘୋଷଣା କରାଯାଇଛି ।

Related posts

ଆସନ୍ତା କାଲି ସୁଦ୍ଧା ବଡ଼ଦାଣ୍ଡ ଖାଲି କରିବାକୁ ଉଠା ଦୋକାନୀଙ୍କୁ ନୋଟିସ

mahabharatanews

ସୋମବାରରେ ଅଘଟଣ; ୨ ମୃତ ,୧୫ଆହତ

mahabharatanews

ଓଜେଏସ ରେଜେଲ୍ଟ ପ୍ରକାଶ

mahabharatanews