Uncategorized

ଏସଏନ ଶ୍ରୀବାସ୍ତବ ଦିଲ୍ଲୀର ନୂଆ ପୋଲିସ କମିଶନର

(ନୂଆଦିଲ୍ଳୀ): ଦିଲ୍ଲୀରେ ହିଂସା ଓ ଉତ୍ତେଜନା ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀର ନୂଆ ପୋଲିସ କମିଶନଙ୍କୁ ନିଯୁକ୍ତି ଦେଇଛନ୍ତି । ୧୯୮୫ ବ୍ୟାଚର ଏହି ଆଇପିଏସ ଅଧିକାରୀଙ୍କୁ ଦିଲ୍ଲୀର ନୂତନ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି । ବର୍ତ୍ତମାନର ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଆସନ୍ତା ୨୯ ତାରିଖରେ ଅବସର ନେଉଥିବା ବେଳେ ତାଙ୍କ ସ୍ଥାନରେ ଶ୍ରୀବାସ୍ତବଙ୍କୁ ନିଯୁକ୍ତ କରାଯାଇଛି । ଶ୍ରୀବାସ୍ତବ ଶନିବାର ଠାରୁ ଏହି ପଦ ସମ୍ଭାଳିବେ । ଶୁକ୍ରବାର ଏନେଇ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିକଟରେ ଦିଲ୍ଲୀ ହିଂସା ରୋକିବାକୁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଶ୍ରୀବାସ୍ତବ ପୂର୍ବରୁ ଜାମ୍ମୁ-କାଶ୍ମୀରରେ ସିଆରପିଏଫରେ ନିଯୁକ୍ତ ଥିଲେ । ତାଙ୍କୁ ତୁରନ୍ତ ବଦଳି କରାଯିବା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗତ ମଙ୍ଗଳବାର ନିର୍ଦ୍ଦେଶ ଦିଆଯାଇଥିଲା । ସୂଚନାଯୋଗ୍ୟ, ଶ୍ରୀବାସ୍ତବ ଦିିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ସ୍ୱତନ୍ତ୍ର ପୋଲିସ କମିଶନର ଥିବା ବେଳେ ଆଇପିଏଲ ମ୍ୟାଚ୍ ଫିକ୍ସିଂ ଘଟଣାର ପର୍ଦ୍ଦାଫାଶ କରିଥିଲେ ।

Related posts

କାଶ୍ମୀର ସାମାଜିକ କର୍ମୀ, ଲୋକଙ୍କ ସହ ୧୬ ଜଣିଆ ପ୍ରତିନିଧି ମଣ୍ଡଳିର ଆଲୋଚନା

mahabharatanews

ଆତଙ୍କୀ ପାଣ୍ଠି ସଂଗ୍ରହ ମାମଲାରେ ହାଫିଜ ଦୋଷୀ ସାବ୍ୟସ୍ତ

mahabharatanews

ଇରାନର ମିସାଇଲ ମାଡ ପରେ… ଟ୍ରମ୍ପ କହିଲେ ଅଲ୍ ଇଜ୍ ୱେଲ୍

mahabharatanews

Leave a Comment