Uncategorized

ଏହି ଦେଶରେ ଟ୍ରେନ ଓ ବସ ସେବା ମାଗଣା

(ମହାଭାରତ): ଦିଲ୍ଲୀରେ ମହିଳାମାନେ ବସରେ ବିଲକୁଲ ଫ୍ରିରେ ଯାତ୍ରା କରିପାରୁଛନ୍ତି । ଏହା ଆପଣମାନେ ନିଶ୍ଚିତ ଜାଣିଥିବେ । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଦୁନିଆରେ ଏମିତି ଏକ ଦେଶ ରହିଛି,ଯେଉଁଠି ଆସନ୍ତା ମାର୍ଚ୍ଚରୁ ସମସ୍ତ ନାଗରିକଙ୍କ ପାଇଁ ଯାତ୍ରା ମାଗଣା କରିଦିଆଯିବ । ଅର୍ଥାତ ଟ୍ରେନ ହେଉ ଅବା ବସ ଯାତ୍ରୀମାନେ ଏଥିରେ ମାଗଣାରେ ଯାତ୍ରା କରିପାରିବେ । ଏହା ଆପଣ ଜାଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ । କିନ୍ତୁ ଏହା ବିଲକୁଲ ସତ । ଏମିତି କରିବାରେ ପ୍ରଥମ ଦେଶ ହେବ ଲଗଜମବର୍ଗ ।

ଏହି ଦେଶ ୟୁରୋପର ସବୁଠାରୁ ଛୋଟ ଦେଶ କିନ୍ତୁ ବେଶ ଧନୀ । ଏାଂରେ ୨୦୨୦ରୁ ଟ୍ରେନ, ଟ୍ରାମ ଏବଂ ବସରେ ଯିବାକୁ ହେଲେ ଆପଣଙ୍କୁ କୌଣସି ପଇସା ଦେବାକୁ ପଡିବ ନାହିଁ । ଦେଶର ନାଗରିକଙ୍କୁ ପାଇଁ ପରିବହନର ସମସ୍ତ ସୁବିଧା ମାଗଣାରେ ଦିଆଯିବ । କେବଳ ଲଗଜମବର୍ଗ ନୁହେଁ ବରଂ ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ମଧ୍ୟ ଏହାର ଫାଇଦା ଉଠାଇପାରିବେ ।

ସୂଚନାଯୋଗ୍ୟ,ଗତ ୨୦୧୮ ଶେଷରେ ଜୋଭିଅର ବେଟଲ ଲଗଜମବର୍ଗରର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ନିର୍ବାଚନ ପ୍ରଚାର ସମୟରେ ସେ ଘୋଷଣା କରିଥିଲେ କି, ପବ୍ଲିକ ଟ୍ରାନ୍ସପୋର୍ଟକୁ ମାଗଣାରେ ନାଗରିକଙ୍କ ପାଇଁ ଯୋଗାଇଦେବେ । ଏଥିପାଇଁ ଏଠାରେ ଆସନ୍ତା ମାର୍ଚ୍ଚରୁ ଏହି ସୁବିଧା ଯୋଗାଇ ଦିଆଯାଉଛି ।

Related posts

ଏଣିକି ବହି ବସ୍ତାନୀ ବୋଝ କମିବ

mahabharatanews

ଆଜିଠୁ କାଶ୍ମୀର ଯିବେ ୩୬ କେନ୍ଦ୍ର ମନ୍ତ୍ରୀ

mahabharatanews

ଏହି ଫିଲ୍ମରେ ଏକାଠି ନଜର ଆସିବେ ବାପା-ପୁଅ

mahabharatanews

Leave a Comment