ଓଡିଶା

ଏହି ମନ୍ଦିରେ ପାଳନ ହୁଏ ‘ନେକେଡ ଫେଷ୍ଟିଭାଲ’

(ମହାଭରତ): ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ । ଜାପାନରେ ଏକ ଅଜବ ପରମ୍ପରା ଦେଖିବାକୁ ମିଳିଛି । ପ୍ରତିବର୍ଷ ଫେବୃୟାରୀ ମଙ୍କସର ଦ୍ୱିତୀୟ ଶନିବାର ଦିନ ହଡକା ମସ୍ତୁରୀ ନାମକ ଏକ ଉତ୍ସବ ପାଳନ କରାଯାଏ । ଏହାକୁ ‘ନେକେଡ ଫେଷ୍ଟିଭାଲ’ ମଧ୍ୟ କୁହାଯାଏ । ଏହି ଉତ୍ସବକୁ ଲୋକମାନେ କମ କପଡା ପିନ୍ଧି ଆସିଥାନ୍ତି । ଜାପାନରେ ଓକାୟାମା ସହରରେ ଥିବା ସୌଦାଇଜି କାନ୍ନୋନିନ୍ ମନ୍ଦିରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥାଏ । ଚଳିତବର୍ଷ ଫେବୃୟାରୀ ୧୫ରେ ମଧ୍ୟ ‘ନେକେଡ ଫେଷ୍ଟିଭାଲ’ର ଆୟୋଜନ କରାଯାଇଥିଲା । ଏଠାକୁ ଆସିଥିବା ଲୋକେ କେବଳ ଏକ ଧଳା ରଙ୍ଗର ଛୋଟ ତଉଲିଆ ପିନ୍ଧିଥାନ୍ତି । ଏହାକୁ ସ୍ଥାନୀୟ ଭାଷାରେ ଫୁଦେଶୀ ବୋଲି କୁହାଯାଏ । ଏହି ଉତ୍ସବ ମାତ୍ର ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲେ । ଗୋଟିଏ ସ୍ଥାନରେ ପ୍ରାୟ ୧୦ହଜାରରୁ ଉଦ୍ଧ୍ୱର୍ ଲୋକ ଛିଡା ହୋଇ ରହିଥାନ୍ତି । ସେମାନଙ୍କ ଉପରେ ଠାକୁରଙ୍କ ଫୁଲ ପକାଯାଏ । ଯିଏ ଏହାକୁ ଧରନ୍ତି ସେମାନଙ୍କ ପାଇଁ ବର୍ଷଟି ଭଲରେ ବିତିଥାଏ । ଏହି ଉତ୍ସବରେ ଯୋଗ ଦେବାକୁ ଜାପାନର ବିଭିନ୍ନ ସହରରୁ ଲୋକ ଆସନ୍ତି ।

Related posts

କରୋନା ଯୁଦ୍ଧରେ ୯୫ ବର୍ଷୀୟ ବୃଦ୍ଧଙ୍କ ବିଜୟ

mahabharatanews

ଯୁବଶକ୍ତି ସମର୍ପିତ ଓଡି଼ଶା ଆନୁକୂଲ୍ୟରେ ସେଚ୍ଛାକୃତ ରକ୍ତଦାନ ଶିବିର

mahabharatanews

ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ ଅନୁଷ୍ଠିତ

mahabharatanews

Leave a Comment