ଓଟାୱା: କାନାଡାର ଓଟ।ୱାଠାରେ ଅନୁଷ୍ଠିତ ୨୫ତମ ସ୍ପିକର ଆଣ୍ଡ ପ୍ରିଜାଇଡିଂ ଅଫିସରସ ଅଫ କମନୱେଲ୍ଥ ସମ୍ମିଳନୀରେ ମଙ୍ଗଳବାର ଦିନ ଲୋକସଭା ବାଚସ୍ପତି ଓମ ବିର୍ଲା ଯୋଗ ଦେଇଛନ୍ତି । ଏହି ସମ୍ମିଳନୀ ଜାନୁଆରୀ ୫ ତାରିଖରୁ ୧୧ ପର୍ଯ୍ୟନ୍ତ ଚାଲିବ । ବିର୍ଲା ଭାରତୀୟ ସଂସଦୀୟ ଦଳ ସହ ଓଟାୱାରେ ପହଁଚିଛନ୍ତି । ଏହି ଦଳରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଲୋକସଭା ସାଧାରଣ ସଚିବ ସ୍ନେହଲତା ଶ୍ରୀବାସ୍ତବ ମଧ୍ୟ ସାମିଲ ଅଛନ୍ତି ।
ଏହି ସମ୍ମିଳନୀରେ ମୋଟ ୪ଟି କର୍ମଶାଳା ଓ ସମସ୍ତ ସଦସ୍ୟଙ୍କୁ ନେଇ ଏକ ବୈଠକ ହେବ । ଓମ ବିର୍ଲା ଏହି ସମ୍ମିଳନୀର ୪ର୍ଥ କର୍ମଶାଳାକୁ ଉପସ୍ଥାପନ କରିବାକୁ ସେଠାରେ ଉପସ୍ଥିତ ହୋଇଛନ୍ତି । ସର୍ବ ସଦସ୍ୟ ବୈଠକ ୯ ଜାନୁଆରୀରେ ଅନୁଷ୍ଠିତ ହେବ । ଭାରତୀୟ ଗଣ୍ୟମାଣ୍ୟ ସଦସ୍ୟ ବିଭିନ୍ନ କର୍ମଶାଳା ଓ ବୈଠକରେ ଉପସ୍ଥିତ ହେବାକୁ ଓଟାୱା ଗସ୍ତ କରିଛନ୍ତି । ଏହି ଅବସରରେ ବିର୍ଲାା କାନାଡା ସିନେଟର ସମାନ ପଦରେ ଥିବା ଅଧିକାରୀ ଓ ହାଉସ ଅଫ କମନ୍ସ ଓ ଅନ୍ୟ ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନ କରିବେ । ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ର ସମୁହର ସ୍ପିକର, ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି କରିବା ।
