Uncategorized

ଓମାନର ସୁଲତାନ କାବୁସଙ୍କ ପରଲୋକ

(ମାସକଟ): ଓମାନର ସୁଲତାନ କାବୁସ ବିନ ସୈଦ ଅଲ ସୈଦଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଛି । ଅସୁସ୍ଥ ଥିବାରୁ ବେଲଜିୟମରେ ଚିକିତ୍ସିତ ହୋଇ ସେ ଘରକୁ ଫେରିଥିଲେ । ଦୀର୍ଘ ୪୯ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସେ କ୍ଷମତାରେ ରହିଥିଲେ । ତାଙ୍କ ଶାସନ କାଳରେ ଓମାନର ଆର୍ଥିକ ଅବସ୍ଥାରେ ସୁଧାର ଆସିଥିଲା । ୧୯୭୦ରେ ବ୍ରିଟେନର ସମର୍ଥନରେ ସୁଲତାନ କାବୁସ ନିଜ ପିତାଙ୍କୁ ଗାଦିରୁ ହଟାଇ ନିଜେ ଓମାନର ସୁଲତାନ ଆସନରେ ବସିଥିଲେ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । କାବୁସ ବିବାହ କରିନଥିବାରୁ ତାଙ୍କର ଉତ୍ତରାଧିକାରୀ କେହି ନାହାନ୍ତି । ତେବେ ଓମାନର ନିୟମାନୁଯାୟୀ, ସୁଲତାନଙ୍କ ଆସନ ଖାଲି ରହିବାର ୩ ଦିନ ମଧ୍ୟରେ ରାଜ ପରିବାର ପରିଷଦ ନୂଆ ସୁଲତାନ ଚୟନ କରିବେ । ସୂଚନାଯୋଗ୍ୟ, ରାଜ ପରିବାରର ପରିଷଦରେ ୫୦ ପୁରୁଷ ସଦସ୍ୟ ଅଛନ୍ତି । ମୃତ୍ୟୁ ପୂର୍ବରୁ କାବୁସ ଏକ ବନ୍ଦ ଲଫାପା ଛାଡି ଯାଇଛନ୍ତି । ଏଥିରେ ଓମାନର ସୁଲତାନ ଆସନ ପାଇଁ ନିଜ ଉତ୍ତରାଧିକାରୀ ବିଷୟରେ ଉଲ୍ଲେଖ କରିଛନ୍ତି । ଯଦି ରାଜପରିବାର ୩ ଦିନ ମଧ୍ୟରେ ନୂଆ ସୁଲତାନଙ୍କୁ ନେଇ ସହମତି ପ୍ରକାଶ ନ କରନ୍ତି ତେବେ ପ୍ରତିରକ୍ଷା ପରିଷଦର ସଦସ୍ୟ, ସୁପ୍ରିମକୋର୍ଟ ଅଧ୍ୟକ୍ଷ, ପରାମର୍ଶଦାତା ପରିଷଦ ଓ ରାଜ୍ୟ ପରିଷଦ ଦେହି ବନ୍ଦ ଲଫାପାକୁ ଖୋଲିବେ । ଏଥିରେ କାବୁସ ଉଲ୍ଲେଖ କରିଥିବା ବ୍ୟକ୍ତି ହିଁ ଓମାନର ନୂଆ ସୁଲତାନ ହେବେ ।

Related posts

ରାଜ୍ୟସଭାରେ ସରୋଗେସିକୁ ମଳିଲା ମଞ୍ଜୁରୀ

mahabharatanews

ଯୋଗ କ୍ଷେତ୍ରରେ ଗିନିଜ ରେକର୍ଡ କଲେ ୧୬ ବର୍ଷୀୟ ଛାତ୍ର

mahabharatanews

ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

mahabharatanews

Leave a Comment