(ମହାଭାରତ, ପାଟନା): ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପୋଷ୍ଟର ଲଗାଇ ସେମାନଙ୍କ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି । କେତେବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁ ତା’ର ବିରୋଧୀ ଲାଲୁଙ୍କ ପୋଷ୍ଟର ଲଗାଉଥିବା ବେଳେ କେବେ ଆରଜେଡି ଦଳ ନୀତିଶଙ୍କୁ ଟାର୍ଗେଟ କରୁଥିବା ଦେଖାଯାଉଛି । ତେବେ ଏସବୁ ମଧ୍ୟରେ ଆଜି କଂଗ୍ରେସ ବିହାରର ପାଟନା ଠାରେ ପୋଷ୍ଟର ଲଗାଇଥିବା ଦେଖାଯାଇଛି । ଏଥିରେ ରାହୁଲଙ୍କ ଭୋଜପୁରୀ ଫିଲ୍ମ ଅଭିନେତା ଭାବେ ଦର୍ଶାଯାଇଛି । ପଛୁଆବର୍ଗଙ୍କ ପାଇଁ ଦେଶରେ ଥିବା ଆରକ୍ଷଣ ବ୍ୟବସ୍ଥାର ଅନ୍ତ ହେବାକୁ ଦିଆଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ହୋଇଛି । ସେହିପରି ପୋଷ୍ଟରରେ ବିଜେପି ଓ ଆରଏସଏସର କିଛି ନେତାଙ୍କୁ ବ୍ୟଙ୍ଗାତ୍ମକ ଚିତ୍ର ରହିଛି । ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ କୌଣସି ରାଜ୍ୟ ପଛୁଆ ବର୍ଗଙ୍କୁ ଆରକ୍ଷଣ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଶାସକ ଦଳ ଦେଶର ପଛୁଆ ବର୍ଗଙ୍କ ଠାରୁ ଏହି ଅଧିକାର ଛଡାଇ ନେବାକୁ ଚାହୁଁଛି ବୋଲି ରାହୁଲ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି । ଏହି ଆରକ୍ଷଣ ପ୍ରସଙ୍ଗକୁ ନେଇ ଏଭଳି ପୋଷ୍ଟର କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ଆରକ୍ଷଣ କୌଣସି ବର୍ଗର ଲୋକଙ୍କ ମୌଳିକ ଅଧିକାର ନୁହେଁ । ତେଣୁ ନିଯୁକ୍ତି କ୍ଷେତ୍ରରେ କୌଣସି ରାଜ୍ୟ ପଛୁଆ ବର୍ଗଙ୍କୁ ଏହି କୋଟାରେ ନିଯୁକ୍ତି ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
previous post
next post