(ନୂଆଦିଲ୍ଲୀ): ବରିଷ୍ଠ କଂଗ୍ରେସ ନେତା ଜନାର୍ଦ୍ଦନ ଦ୍ୱିବେଦୀଙ୍କ ପୁଅ ସମୀର ଦ୍ୱିବେଦୀ ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି । ତେବେ ଜନାର୍ଦ୍ଦନ ଏ ବିଷୟରେ ଜାଣି ନ ଥିବା କହିଛନ୍ତି । କଂଗ୍ରେସର ଜଣେ ବରିଷ୍ଠ ନେତା ଭାବେ ଜନାର୍ଦ୍ଦନ ବେଶ୍ ଜଣାଶୁଣା ଥିବା ବେଳେ ତାଙ୍କ ପୁଅ ସମୀର ବିଜେପିରେ ଯୋଗ ଦେବା ଫଳରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଥିବା ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ, କିଛିଦିନ ଧରି କଂଗ୍ରେସ ହାଇକମାଣ୍ଡଙ୍କ ସହ ଜନାର୍ଦ୍ଦନଙ୍କର ସମ୍ପର୍କ ଭଲ ନଥିବା ଆଲୋଚନା ହେଉଥିଲା । ୩୦ ମାର୍ଚ୍ଚ ୨୦୧୮ରେ ଦଳ ମହାସଚିବ ପଦବୀରୁ ତାଙ୍କୁ ହଟାଇ ଦିଆଯିବା ପରେ ସକ୍ରିୟ ରାଜନୀତିରୁ ସେ ସନ୍ୟାସ ନେବେ ବୋଲି କୁହାଯାଉଥିଲା । ଏପରିକି କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ସେ ଏକଦା ନିକଟତମ ଥିଲେ । ତେବେ ଏସବୁ ସତ୍ତେ୍ୱ ତାଙ୍କ ପୁଅ ସମୀର ବିଜେପିରେ ସାମିଲ ହେବା କଂଗ୍ରେସ ପାଇଁ ବଡ ଝଟକା ବୋଲି ଆଲୋଚନା ହେଉଛି । ସମୀର ବିଜେପିରେ ଯୋଗ ଦେବା ନେଇ ଜନାର୍ଦ୍ଦନ କହିଛନ୍ତି, ତାଙ୍କୁ ଏ ବାବଦରେ ପୂର୍ବରୁ କୌଣସି ସୂଚନା ନଥିଲା । ସେ ବିଜେପିରେ ସାମିଲ ହେବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ।
previous post