Uncategorized

କଏଦୀଙ୍କ ମତଦାନ ଅଧିକାରକୁ ନେଇ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

(ନୂଆଦିଲ୍ଲୀ): କଏଦୀଙ୍କୁ ମତଦାନ ଅଧିକାର ଦେବାକୁ ହୋଇଥିବା ଆବେଦନର ଶୁଣାଣି କରି ବୁଧବାର ଦିଲ୍ଲୀ ହାଇକୋର୍ଟ ଏହାକୁ ଖାରଜ କରିଛନ୍ତି । ଜେଲରେ ରହି କଏଦୀମାନଙ୍କୁ ଭୋଟ ଦେବାର ଅଧିକାର ଦେଶର ଆଇନ ବ୍ୟବସ୍ଥାରେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ସମ୍ବିଧାନର ଲୋକଙ୍କ ପ୍ରତିନିଧିତ୍ୱ ଅଧିନିୟମ ଅନୁସାରେ ଏହା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ରାୟ ଦେଇଥିବା କୋର୍ଟ କହିଥିଲେ । ଦିଲ୍ଲୀ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ । ତେବେ ଏହା କୌଣସି ସାଧାରଣ ଅଧିକାର ନୁହେଁ ପୂର୍ବରୁ ସୁପ୍ରିମକୋର୍ଟ ଏହା ଉପରେ ରାୟ ଦେଇସାରିଛନ୍ତି ବୋଲି ଖଣ୍ଡପୀଠ ଶୁଣାଣି ବେଳେ କହିଥିଲେ । ସୂଚନାଯୋଗ୍ୟ, ଏହି ମାମଲାକୁ ନେଇ କିଛି ଆଇନ ଛାତ୍ର ଦାଏର କରିଥିବା ଜନହିତ ଯାଚିକା (ପିଆଇଏଲ)ର ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି ଆବେଦନକୁ ଖାରଜ କରିଥିଲେ ।

Related posts

ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ଗାଇଡଲାଇନ୍ସ ପ୍ରସ୍ତୁତ କରିବ, ରାଜ୍ୟ ନିଷ୍ପତ୍ତି  ନେବ

mahabharatanews

କରୋନା ଭୂତାଣୁ ସମ୍ପର୍କରେ ତଥ୍ୟ ଲୁଚାଇଥିଲା ଚୀନ ସରକାର

mahabharatanews

ଗାନ୍ଧୀଙ୍କୁ ନେଇ ବିବାଦରେ ବିଜେପି ସାଂସଦ ହେଗଡେ

mahabharatanews

Leave a Comment