ଓଡିଶା

କଙ୍କରୋଡା ସାଇନ୍ସ କଲେଜ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

(ମହାଭାରତ, ହିଞ୍ଜିଳୀକାଟୁ): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିକାଟୁ ନିକଟସ୍ଥ କଙ୍କରୋଡା ସ୍ଥିତ ସରକାରୀ ସାଇନ୍ସ କଲେଜର ଓଡ଼ିଆ ବିଭାଗର ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ସମାପ୍ତି ପରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଏକ ଓଡ଼ିଆ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଜେନା ଯୋଗ ଦେଇ କାର୍ଯ୍ୟକ୍ରମ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ସାହିତ୍ୟିକ ଡ. ହରେକୃଷ୍ଣ ନାଏକ ଯୋଗ ଦେଇ ସାମାଜିକ ଜୀବନରେ ଶିକ୍ଷାର୍ଥୀଙ୍କ ଉତ୍ତରଦାୟୀତ୍ୱ ବିଷୟରେ ବକ୍ତବ୍ୟ ରଖିଥିଲେ । ଓଡ଼ିଆ ବିଭାଗର ଶେଷ ବର୍ଷର ଶିକ୍ଷାର୍ଥୀମାନେ କଲେଜରେ କଟାଇଥିବା ସମୟର ଅନୁଭୁତିକୁ ସମ୍ବର୍ଦ୍ଧନା ଉତ୍ସବ ଅବସରରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିବା ଅତିଥି ଓ ବିଦାୟୀ ଶିକ୍ଷାର୍ଥୀମାନଙ୍କୁ ଅଧ୍ୟାପକ ସୀମାଞ୍ଚଳ ପ୍ରଧାନ ଧନ୍ୟବାଦ ଜଣାଇଥିଲେ ।

Related posts

ଶାବର ଶ୍ରୀକ୍ଷେତ୍ରରୁ ମହାବାହୁଙ୍କ ପାଇଁ କଳାଜିରା ଚାଉଳ

mahabharatanews

ଗଜପତି ବ୍ଳଡ଼ ଡୋନର ପକ୍ଷରୁ ରକ୍ତଦାନ କରିବା ନେଇ ସଚେତନତା ବାଇକ ରାଲି

mahabharatanews

ବରୀରେ ବାତ୍ୟା ଅମ୍ଫାନର ପ୍ରଭାବ ରାସ୍ତାରେ ଶୋଇଲା ଗଛ ବିଦ୍ୟୁତ୍ ସଂଯୋଗ ବନ୍ଦ

mahabharatanews