(ମହାଭାରତ, ହିଞ୍ଜିଳୀକାଟୁ): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିକାଟୁ ନିକଟସ୍ଥ କଙ୍କରୋଡା ସ୍ଥିତ ସରକାରୀ ସାଇନ୍ସ କଲେଜର ଓଡ଼ିଆ ବିଭାଗର ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ସମାପ୍ତି ପରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଏକ ଓଡ଼ିଆ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଜେନା ଯୋଗ ଦେଇ କାର୍ଯ୍ୟକ୍ରମ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ସାହିତ୍ୟିକ ଡ. ହରେକୃଷ୍ଣ ନାଏକ ଯୋଗ ଦେଇ ସାମାଜିକ ଜୀବନରେ ଶିକ୍ଷାର୍ଥୀଙ୍କ ଉତ୍ତରଦାୟୀତ୍ୱ ବିଷୟରେ ବକ୍ତବ୍ୟ ରଖିଥିଲେ । ଓଡ଼ିଆ ବିଭାଗର ଶେଷ ବର୍ଷର ଶିକ୍ଷାର୍ଥୀମାନେ କଲେଜରେ କଟାଇଥିବା ସମୟର ଅନୁଭୁତିକୁ ସମ୍ବର୍ଦ୍ଧନା ଉତ୍ସବ ଅବସରରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିବା ଅତିଥି ଓ ବିଦାୟୀ ଶିକ୍ଷାର୍ଥୀମାନଙ୍କୁ ଅଧ୍ୟାପକ ସୀମାଞ୍ଚଳ ପ୍ରଧାନ ଧନ୍ୟବାଦ ଜଣାଇଥିଲେ ।
previous post
next post