Uncategorized

କାଶୀ ବିଶ୍ୱନାଥଙ୍କ ଦର୍ଶନ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

(ବାରଣାସୀ): ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସା ଶନିବାର ଠାରୁ ୫ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ ରବିବାର ଉତ୍ତରପ୍ରଦେଶର କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବାକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଛନ୍ତି । ରାଜପାକସାଙ୍କ ଗସ୍ତ ପାଇଁ ବିମାନବନ୍ଦରରୁ ମନ୍ଦିର ରାସ୍ତାକୁ ସିଲ କରି ଦିଆଯାଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଅଙ୍ଗବସ୍ତ୍ର, ପ୍ରସାଦ, ରୁଦ୍ରାକ୍ଷ ମାଳା ଏବଂ କାଶୀ ବିଶ୍ୱନାଥଙ୍କ ଫଟୋ ଉପହାର ସ୍ୱରୁପ ପ୍ରଦାନ କରାଯାଇଥିଲା । ରବିବାର ମାଘ ପୂଣ୍ଣିମାରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିବା ବେଳେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଠାକୁରଙ୍କ ଦର୍ଶନ ସାରି ତାଜ୍ ହୋଟେଲ ଅଭିମୁଖେ ଯାଇଥିଲେ । ପରେ ସେଠାରୁ ବୁଦ୍ଧଙ୍କ ପ୍ରଥମ ଧର୍ମ ଉପଦେଶ ସ୍ଥଳ ସାରନାଥକୁ ଯାଇଥିଲେ । ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ଭୌଗୋଳିକ ଓ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ରାଜପାକସା ଭାରତ ଗସ୍ତରେ ଆସିଛନ୍ତି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ।

Related posts

ଏଠାରେ ଭଗବାନ ନରସିଂହ ବର୍ଷକୁ ଥରେ ମାତ୍ର ଦର୍ଶନ ଦେଇଥାନ୍ତି

mahabharatanews

ଦେଶରେ କରୋନା ସଂକ୍ରମଣ ୩ ଲକ୍ଷ ୯୫ ହଜାର ୪୮ରେ ପହଞ୍ଚିଲା

mahabharatanews

ବଜେଟ ୨୦୨୦: ମହିଳା ସଶକ୍ତିକରଣ ଉପରେ ସରକାରଙ୍କ ଫୋକସ

mahabharatanews

Leave a Comment