Uncategorized

କାଶୀ ବିଶ୍ୱନାଥଙ୍କ ଦର୍ଶନ ପାଇଁ ଲାଗୁ ହେବ ଡ୍ରେସ କୋର୍ଡ

(ବାରଣାସୀ): ଏଣିକି କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁ ଜିନ୍ସ ପିନ୍ଧି ପାରିବେ ନାହିଁ । ମନ୍ଦିର ପ୍ରଶାସନ ପକ୍ଷରୁ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ ପାଇଁ ଡ୍ରେସ କୋର୍ଡ ବ୍ୟବସ୍ଥା କରାଯାଇଛି । ନିର୍ଦ୍ଧାରିତ ଡ୍ରେସ କୋଡ ମୁତାବକ ମନ୍ଦିରରେ କାଶୀ ବିଶ୍ୱନାଥଙ୍କ ସ୍ପର୍ଶ ଦର୍ଶନ ପାଇଁ ଏଣିକି ପୁରୁଷଙ୍କୁ ଧୋତି-କୁର୍ତା ଓ ମହିଳାଙ୍କୁ ଶାଢୀ ପିନ୍ଧିବାକୁ ପଡିବ । ଏହି ବ୍ୟବସ୍ଥା ଲାଗୁ ହେବା ପରେ ଶ୍ରଦ୍ଧାଳୁମାନେ ଜିନ୍ସ ପ୍ୟାଣ୍ଟ, ସାର୍ଟ ଓ ସୁଟ୍ ପିନ୍ଧି ଦର୍ଶନ କରିପାରିବେ । କିନ୍ତୁ ସେମାନଙ୍କୁ ସ୍ପର୍ଶ ଦର୍ଶନ କରିବାକୁ ଅନୁମତି ମିଳିବ ନାହିଁ । ରବିବାର ମନ୍ଦିର ପ୍ରଶାସନ ଓ କାଶୀ ପଣ୍ଡିତ ପରିଷଦର ବୈ÷ଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନୂତନ ନିୟମ ମକର ସଂକ୍ରାନ୍ତି ପରେ ଲାଗୁ ହେବ । ଡ୍ରେସ କୋଡ ସହ ସ୍ପର୍ଶ ଦର୍ଶନର ଅବଧି ମଧ୍ୟ ବୃଦ୍ଧି କରାଯିବ । ମଙ୍ଗଳ ଆଳତି ପରଠାରୁ ଆରମ୍ଭ କରି ଦ୍ୱିପ୍ରହର ଆଳତି ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଭକ୍ତଙ୍କ ନିମନ୍ତେ ଲାଗୁ ରହିବ ।

Related posts

ଧର୍ମ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି ନେଇ ଓୱେସୀଙ୍କ ନାଁରେ ମାମଲା

mahabharatanews

ଜେଏସି ପକ୍ଷରୁ ବନ୍ଦ ପାଳନ

mahabharatanews

ବ୍ରଜପାତରେ ୧୬ ବର୍ଷର ବାଳକର ମୃତ୍ୟୁ

mahabharatanews

Leave a Comment