Uncategorized

କାଶ୍ମୀରରେ ଭୟଙ୍କର ବରଫ ସ୍ଫଳନ, ୩ ଯବାନ ମୃତ, ଦୁଇ ନିଖୋଜ

(ଶ୍ରୀନଗର): ଜାମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲା ମାଚ୍ଛଲି ସେକ୍ଟରରେ ମଙ୍ଗଳବାର ଭୟଙ୍କର ବରଫ ସ୍ଫଳନ ହୋଇଛି । ଫଳରେ ଏଠାରେ ଥିବା ସେନା ଆଉଟ ପୋଷ୍ଟ ସମ୍ପୂର୍ଣ୍ଣ ଭାବେ ବରଫ ତଳେ ଚାପି ହୋଇଯାଇଛି । ଏଥିରେ ୩ ଜଣ କାର୍ଯ୍ୟରତ ଯବାନ ପ୍ରାଣ ହରାଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି । ଯବାନମାନେ ପୋଷ୍ଟ ଭିତରେ ଥିବା ବେଳେ ହଠାତ ବରଫ ସ୍ଫଳନ ହୋଇଥିଲା । ଫଳରେ ସେମାନେ ଏହା ଭିତରୁ ବାହାରିବାକୁ ସକ୍ଷମ ହୋଇ ନଥିଲେ । ଖବର ପ୍ଧବ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ କରିବା ପରେ ବରଫ ତଳୁ ୩ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ସେହିପରି ଗୁରୁତର ଥିବା ଜଣେ ଯବାନଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲ ନିଆଯାଇଥିଲା । ଖବର ଲେଖାହେବା ପର୍ଯ୍ୟନ୍ତ ନିଖୋଜ ଥିବା ୨ ଯବାନଙ୍କ ସନ୍ଧାନ ଜାରି ରହିଛି ।

ଉଲ୍ଲେଖଯୋଗ୍ୟ, ଗତ ସୋମବାର ରାତିରେ ଗାନେ୍ଧରବାଲ ଜିଲ୍ଲା ସୋନମାର୍ଗରେ ମଧ୍ୟ ହିମ ସ୍ଫଳନ ଘଟି ୫ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି । ରାତି ତମାମ ଉଦ୍ଧାର କାର୍ଯ୍ୟ ଚାଲିବା ପରେ ବରଫ ଅତଡା ତଳୁ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଗତ ଦୁଇ ଦିନ ଧରି କାଶ୍ମୀରର ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି । ଏହି କାରଣରୁ ଏକାଧିକ ସ୍ଥାନରେ ବରଫ ସ୍ଫଳନ ହେଉଥିବା ସେନା ପକ୍ଷରୁ କୁହାଯାଇଛି ।

Related posts

କୋରୋନା ସମ୍ପର୍କିତ ମିଥ୍ୟା ଖବର ଉପରେ ରୋକ୍ ଲଗାଇବାକୁ ଫେସବୁକର ଉଦ୍ୟମ

mahabharatanews

ବଜିରଗଞ୍ଜ କୋର୍ଟରେ ବିସ୍ଫୋରଣ, ଏକାଧିକ ଓକିଲ ଆହତ

mahabharatanews

 ବଜାରକୁ ଆସିବ ଭାରତର କରୋନା ଟିକା କୋଭାକ୍ସିନ

mahabharatanews

Leave a Comment