(ଶ୍ରୀନଗର): ଦୁଇ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଯାଇ ସେଠାରେ ସ୍ଥିତି ପରଖୁଥିବା ୧୬ଟି ଦେଶର ଦୂତ ବା ପ୍ରତିନିଧିମାନେ ଶୁକ୍ରବାର ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ଉପତ୍ୟକାରେ ସ୍ଥିତି କିପରି ରହିଛି ସେ ବିଷୟରେ ମୁଖ୍ୟ ଶାସନ ସଚିବ ବିଭିଆର ସୁବ୍ରମଣ୍ୟମ ଓ ଡିଜିପି ଦୀଲବାଗ ସିଂହ ସେମାନଙ୍କୁ ଅବଗତ କରାଇଛନ୍ତି । ଉକ୍ତ ପ୍ରତିନିଧିମାନେ କିଛି ସ୍ଥାନୀୟ ଲୋକଙ୍କୁ ମଧ୍ୟ ଭେଟିଛନ୍ତି । ବିଭିନ୍ନ ଲୋକଙ୍କ ସହ ଆଲୋଚନା ପରେ ଏହି ରାଷ୍ଟ୍ରଦୂତମାନେ ପଶ୍ଚିମ ପାକିସ୍ତାନର ଶରଣାର୍ଥୀ, ବାଲ୍ମିକୀ ସମାଜ, ଗୁଜ୍ଜର ସମ୍ପ୍ରଦାୟର ପ୍ରତିନିଧି ଓ ଆଇନଜୀବିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । କାଶ୍ମୀର ଲୋକଙ୍କୁ କିଭଳି ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ସେ ବିଷୟରେ ସ୍ୱାସ୍ଥ୍ୟ ବିଭାଗ କମିଶନର ଅତୁଲ ଦୁଲ୍ଲୋ ଏହି ପ୍ରତିନିଧିମାନଙ୍କୁ ଜଣାଇଥିଲେ । ପରେ ସେମାନେ ଉପରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ଏହି ରାଷ୍ଟ୍ରଦୂତଙ୍କ ଟିମ ଗୁରୁବାର ଶ୍ରୀନଗରରେ ପହଞ୍ଚିଥିଲେ । ସେଠାରୁ ସେମାନଙ୍କୁ ଜାମ୍ମୁ ନିଆଯାଇଥିଲା । ଏହାପରେ ସେମାନେ ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ଗୀରିଶ ମୁର୍ମୁଙ୍କୁ ଭେଟିଥିଲେ ।
previous post
next post
