Uncategorized

କେଜରିୱାଲଙ୍କ ନିଆରା ଶପଥ; ସାମିଲ ହେବେ ସଫେଇ କର୍ମଚାରୀ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ବିପୁଳ ବହୁମତରେ ବିଜୟୀ ହୋଇଥିବା ଆମ ଆଦମୀ ପାର୍ଟି (ଆପ) ପ୍ରମୁଖ ଅରବିନ୍ଦ କେଜରିୱାଲ ଆସନ୍ତା କାଲି ତୃତୀରୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେବେ ଏହି ଶପଥ ଗ୍ରହଣ ସମାରୋହରେ ରାଜନେତା, ପ୍ରଶାସକଙ୍କ ବ୍ୟତୀତ ଏମିତି କିଛି ଅଣ ଭିଅ।।ଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି, ଯେଉଁମାନେ ଆପ ମୁଖ୍ୟଙ୍କ ସହ ମଞ୍ଚରେ ଉପସ୍ଥିତ ରହିବେ । ଏହି ଅଣ ଭିଆଇପିଙ୍କ ମଧ୍ୟରେ ସଫେଇ କର୍ମଚାରୀ, ଅଟୋ ରିକ୍ସା ଚାଳକ, ବସ, ମେଟ୍ରୋ ଡ୍ରାଇଭର ଓ ସ୍କୁଲର ପିଅନ ଅଛନ୍ତି । ଏହିଶ୍ରେଣୀର ୫୦ ଜଣଙ୍କୁ ଶପଥ ସମାରୋହରେ ସାମିଲ ହେବାକୁ ବିଶେଷ ରୂପେ ନିମନ୍ତ୍ରଣ କରାଯାଇଛି ।

କେଜରିୱାଲଙ୍କ ଶପଥ ସମାରୋହରେ ସମାଜର ବିଭିନ୍ନ ବର୍ଗର ୫୦ ଜଣଙ୍କୁ ମଞ୍ଚରେ ଉପସ୍ଥିତ ହେବାକୁ ଅ।।ପ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଦିଲ୍ଲୀର ଭାଗ୍ୟ ନିର୍ଦ୍ଧାରଣକାରୀ ଏହି ଲୋକଙ୍କୁ କେଜରିୱାଲ ତାଙ୍କ ତୃତୀୟ ଶପଥ ପାଠ ଉତ୍ସବରେ ସାମିଲ କରିବାକୁ ଯ।।ଉଛନ୍ତି । ଏମାନଙ୍କ ମଧ୍ୟରେ ବିଭିନ୍ନ ସ୍କୁଲର ପିଅନ, ମୋହଲ୍ଲା ହସ୍ପିଟାଲର ଡାକ୍ତର, ଅଟୋ ରିକ୍ସା, ବସ ଓ ଆମ୍ବୁଲାନ୍ସ ଚାଳକ, ସଫେଇ କର୍ମଚାରୀ, ବସ ମାର୍ଶାାଲ, ଶିକ୍ଷକ, ପ୍ରଧନଶିକ୍ଷକ ପ୍ରମୁଖ ଥିବା ଗଣମାଧ୍ୟମକୁ ଆପ ନେତ।। ମନିଶ ସିସୋଦିଆ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ଅଲମ୍ପିଆଡ ବିଜେତା ଛାତ୍ରଛାତ୍ରୀ, ମସ୍କୋରେ ଅନୁଷ୍ଠିତ ଅଲମ୍ପିଆଡରେ ପଦବୀ ହାସଲ କରିଥିବା ଛ।।ତ୍ରଛାତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଚି । ସେହିପରି ଦମକଳ ବ।।ହିନୀରେ କାର୍ଯ୍ୟରତ ମୃତ କର୍ମଚାରୀଙ୍କ ପରିବାରକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।
ସୂଚନାଯୋଗ୍ୟ, ଚଳିତ ଦିଲ୍ଲୀ ନିର୍ବାଚନରେ ଆପ ମୋଟ ୭୦ ଆସନ ମଧ୍ୟରୁ ୬୨ଟି ଆସନ ହାତେଇ ଇତିହାସ ରଚିଛି ।

Related posts

ଭେନେଜୁଏଲା ଛାପିବ ବିଶ୍ୱର ସବୁଠୁ ବଡ ମୂଲ୍ୟ ବର୍ଗର ନୋଟ 

mahabharatanews

କଖାରୁ ହାଲୁଆ

mahabharatanews

ଦେଶରେ ସୁସ୍ଥଙ୍କ ପ୍ରତିଶତ ୫୫.୭୭

mahabharatanews

Leave a Comment