Uncategorized

କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ନିମନ୍ତ୍ରଣ

(ନୂଆଦିଲ୍ଲୀ): କ୍ରମାଗତ ଭାବେ ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତା ଦଖଲ କରିଥିବା ଆମ୍ ଆଦମୀ ପାର୍ଟି (ଆପ୍) ଆସନ୍ତା ୧୬ ତାରିଖରେ ସରକାର ଗଠନ କରିବ । ୧୬ ତାରିଖରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ଅନ୍ୟ ବିଧାୟକମାନେ ଦିଲ୍ଲୀର ରାମଲୀଲା ମଇଦାନରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ । ଏଥିପାଇଁ ପୂର୍ବରୁ ଆପ୍ ଦିଲ୍ଲୀବାସୀଙ୍କୁ ନିମନ୍ତ୍ରଣ କରିଥିଲା । ପରେ କେଜ୍ରିୱାଲ ଏହି ଶପଥ ସମାରୋହ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି । ୨୦୧୫ରେ ମଧ୍ୟ ସେ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ସେଥିରେ ଯୋଗ ଦେଇନଥିଲେ । ଗତ ଗୁୁରୁବାର ଏହି ଶପଥ ସମାରୋହରେ କୌଣସି ବାହାର ରାଜ୍ୟର ରାଜନେତା ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ନାହିଁ । କେବଳ ଦିଲ୍ଲୀବାସୀ ଏଥିରେ ଯୋଗ ଦେବେ ବୋଲି ଆପ୍ର ଦିଲ୍ଲୀ ଆବାହକ ଗେ।।ପାଲ ରାଏ କହିଥିଲେ । ସୂଚନାଯୋଗ୍ୟ, ଦିଲ୍ଲୀର ୭୦ ବିଧାନସଭା ଆସନରେ ଫେବୃଆରୀ ୮ରେ ନିର୍ବାଚନ ହୋଇଥିଲା । ଗତ ୧୧ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା । ଆପ୍ ବିପୁଳ ଜନ ସମର୍ଥନ ପାଇ ୬୨ଟି ଆସନ ଦଖଲ କରିଥିବା ବେଳେ ବିଜେପି ମାତ୍ର ୮ଟି ଆସନ ଅକ୍ତିଆର କରିଛି । କଂଗ୍ରେସ ଗତଥର ଭଳି ଖାତା ଖୋଲିବାରେ ବିଫଳ ହୋଇ ଦିଲ୍ଲୀରେ ନିଜର ଆସ୍ଥା ହରାଇଛି ।

Related posts

ପଶୁଠାରୁ ହୀନ ଦୁର୍ଦ୍ଦଶା ଭୋଗୁଛନ୍ତି କରୋନା ରୋଗୀ: ସୁପ୍ରିମ କୋର୍ଟ

mahabharatanews

କେନାଲ ନିର୍ମାଣରେ ମିଶୁଛି ମାଟି ମିଶ୍ରିତ ବାଲି

mahabharatanews

ଗଙ୍ଗାନଦୀରେ ଡଙ୍ଗା ବୁଡି ଅନେକ ନିଖୋଜ

mahabharatanews