Uncategorized

କେଜ୍ରିୱାଲଙ୍କ ଶପଥ ସମାରୋହରେ ଯୋଗ ଦେବେ ଦିଲ୍ଲୀବାସୀ

(ମହାଭାରତ, ନୂଆଦିଲ୍ଲୀ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଆସନ୍ତା ରବିବାର ଦିିନ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ରାମଲୀଳା ମୈଦାନରେ ତାଙ୍କ ସହ ନୂଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେବେ । ଏହି ଶପଥ ସମାରୋହ ପାଇଁ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ, ନେତା, ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ଆମ୍ ଆଦମୀ ପାର୍ଟି (ଆପ୍)ର ଦିଲ୍ଲୀ ସଂଯୋଜକ ଗୋପାଳ ରାୟ ଏହା ସ୍ପଷ୍ଟ କରିଛନ୍ତି । ତେବେ ଆପ୍ କେବଳ ଦିଲ୍ଲୀବାସୀଙ୍କୁ ଏହି ଶପଥ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛି । ଏହାବାଦ୍ ଆପ୍ କର୍ମୀ ଓ ସମର୍ଥକ ଏଥିରେ ସାମିଲ ହେବେ ବୋଲି ଗେ।।ପାଳ ରାୟ କହିଛନ୍ତି । ସୂଚନାଯୋଗ୍ୟ, ୭୦ ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ଫେବୃଆରି ୮ ତାରିଖରେ ମତଦାନ ହୋଇଥିଲା । ୧୧ରେ ଫଳାଫଳ ଘୋଷଣା କରାଯାଇଥିଲା । ଦିଲ୍ଲୀôର ୬୨ଟି ଆସନରେ ଆପ୍ ବିଜୟୀ ହୋଇଥିବା ବେଳେ ମାତ୍ର ୮ଟି ଆସନ ବିଜେପି ଦଖଲ କରିଛି । କଂଗ୍ରେସ ଗତଥର ପରି ଏଥର ଖାତା ଖୋଲି ନ ପାରି ଦିଲ୍ଲୀରେ ଅସ୍ଥିତ୍ୱ ହରାଇଛି ।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୨୪୯ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ବିବାହ ହେଲେ ଓଡିଆ ଅଭିନେତ୍ରୀ ରିୟା

mahabharatanews

ଲକଡାଉନ ପରେ ଜନସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରିବାକୁ ଡବ୍ଲୁଏଚଓର ପରାମର୍ଶ

mahabharatanews

Leave a Comment