କୋରାପୁଟ: କୋରାପୁଟରେ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ଗତକାଲି ସକାଳ ୧୧.୧୦ରେ ସେ ନାଲକୋ ବକ୍ସାଇଟ ଅଞ୍ଚଳରେ ଓହ୍ଲାଇବା ପରେ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ସେ ସାଉଥ ବ୍ଲକର ନୂତନ କ୍ରସର ଓ କନଭେର ବେଲ୍ଟ ସ୍ଥାପନ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥବଲେ । ସେଠାରୁ ସେ ଆମ୍ବେଦକର ଷ୍ଟାଡିୟମ ଯାଇଥିଲେ । ସେଠାରେ ତାଙ୍କୁ ପୂର୍ବତନନ ସାଂସଦ ଜୟରାମ ପାଙ୍ଗିଙ୍କ ସମେତ ଜିଲ୍ଲାସ୍ତରୀୟ ବିଜେପି ନେତା ଫୁଲତୋଡା ଦେଇ ସ୍ୱାଗତ ଜଣାଇଥିଲେ । ସେଠାରୁ ମନ୍ତ୍ରୀ ସିଧା ହନୁମାନ ବାଟିକା ଯାଇଥିଲେ । ଅପରାହ୍ନରେ ପ୍ଲାଣ୍ଟ ପରିସରରେ ଥିବା ସଭାଗୃହରେ ନାଲକୋ ଶ୍ରମିକକ ସଂଗଠନ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବର୍ତ୍ତମାନ ନାଲକୋ ଯେଉଁ ପରିସ୍ଥିତି ଦେଇ ଗତି କରୁଛି । ସେଥିରୁ ଖୁବ ଶୀଘ୍ର ମୁକୁଳିବା ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ । ଏହାପରେ ସେ ସଂଧ୍ୟାରେ ଦିଲ୍ଲୀ ଫେରିଯାଇଥିଲେ ।