Uncategorized

କେରଳର ସିଏଏ ବିରୋଧୀ ଆଭିମୁଖ୍ୟକୁ ରାଜ୍ୟପାଳଙ୍କ ସମାଲୋଚନା

(ଥିରୁବନନ୍ତପୁରମ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ବିଧାନସଭାରେ ଏହି ଆଇନ ବିରୋଧରେ ଏକ ସଂକଳ୍ପ ମଧ୍ୟ ପାରିତ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କର ଏଭଳି ସିଏଏ ବିରୋଧୀ ଆଭିମୁଖ୍ୟକୁ ରାଜ୍ୟପାଳ ଆରଫି ମହମ୍ମଦ ଖାନ କଡା ସମାଲୋଚନା କରିଛନ୍ତି । ସିଏଏକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସାଧାରଣ ସୌଜନ୍ୟତା ଦୃଷ୍ଟିରୁ ତାଙ୍କ ସହ ଆଲୋଚନା କରିବା ଉଚିତ ଥିଲା ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଏକ ସୁପ୍ରିମକୋର୍ଟରେ ସିଏଏକୁ ଚ୍ୟାଲେଞ୍ଜ କରିବାର ଅଧିକାର ରାଜ୍ୟ ସରକାରଙ୍କର ରହିଛି । କିନ୍ତୁ ସାଧାରଣ ସୌଜନ୍ୟତାକୁ ବିଚାର କଲେ ନିୟମ ଅନୁଯାୟୀ, ଏ ବିଷୟରେ ରାଜ୍ୟ ସରକାର ରାଜ୍ୟପାଳଙ୍କର ଅନୁମତି ନେବାର ଥିଲା । କାରଣ ରାଜ୍ୟପାଳ ହେଉଛନ୍ତି ରାଜ୍ୟର ପ୍ରଥମ ନାଗରିକ । ସମ୍ବିଧାନ ତାଙ୍କୁ ଏହି ଅଧିକାର ଦେଇଛି । କିନ୍ତୁ ଏହି ପଦବୀରେ ଥାଇ ମଧ୍ୟ କେରଳ ସରକାର ସିଏଏକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଯାହା ବିଷୟରେ ସେ ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି । ସୂଚନାଯୋଗ୍ୟ, ସିଏଏ ସମ୍ବିଧାନର ଏକାଧିକ ଧାରାକୁ ଉଲଙ୍ଘନ କରୁଥିବା ଦର୍ଶାଇ କେରଳ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ତେବେ ପୂର୍ବରୁ ସିଏଏ ବିରୋଧରେ ହୋଇଥିବା ଆବେଦନଗୁଡିକର ଶୁଣାଣି ବେଳେ ଏହାର ବିଚାର କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Related posts

ସାମ୍ବାଦିକଙ୍କୁ ‘କରୋନା ଯୋଦ୍ଧା’ ସମ୍ମାନ ନମିଳିବା ନେଇ ଉଦବେଗ

mahabharatanews

ଏସବୁ ସ୍ଥାନରେ ଚାବିକାଠି ରଖିବା ଅଶୁଭ

mahabharatanews

ଅନ୍ୟକୁ ଶୁଣିବା ବିଜେପିର ସିଦ୍ଧାନ୍ତ ନୁହେଁ: କପିଲ

mahabharatanews

Leave a Comment