ଓଡିଶା

କୋଣାର୍କ ‘ଝୁଲଣ’ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

(ମହାଭାରତ, କୋଣାର୍କ): ଆସନ୍ତା ୧୯ ତାରିଖରୁ ୩୪ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ‘ଝୁଲଣ’ ସ୍ଥାନୀୟ ନାଟ୍ୟ ମଣ୍ଡପରେ ଅନୁଷ୍ଠିତ ହେବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଆନ୍ତର୍ଜାତିକ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୩ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଏଥିରେ ଆନ୍ତର୍ଜାତିୟ ଖ୍ୟାତିସମ୍ପନ୍ନ କଳାକାରମାନେ ଅଂଶଗ୍ରହଣ କରି ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ପରିବେଶଣ କରିବେ । ଏହି ଅବସରରେ ଫେବୃଆରୀ ୨୦ ତାରିଖରୁ ନାଟ୍ୟମଣ୍ଡପ ପରିସରରେ ୨୪ତମ କୋଣାର୍କ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାର ପ୍ରତିଷ୍ଠିତ କବି, କବତ୍ତ୍ରୀ ଲେଖକ ଓ ସାହିତ୍ୟ ପ୍ରେମୀମାନେ ଯୋଗ ଦେଇ ସାହିତ୍ୟ ଚର୍ଚ୍ଚା ସହ କବିତା ଆବୃତି କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୯ରୁ ଆରମ୍ଭ ହେବାକୁ ଥିବା ଏହି ଉତ୍ସବର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୋଣାର୍କ ନାଟ୍ୟମଣ୍ଡପ ସଭାପତି ଡ଼. ରମଣୀରଞ୍ଜନ ଜେନା ସୂଚନା ଦେଇଛନ୍ତି । ଏହି ପ୍ରସ୍ତୁତି ବୈ÷ଠକରେ ନାଟ୍ୟ ମଣ୍ଡପର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ ।

Related posts

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଅପେକ୍ଷା ଆଉ ମାତ୍ର ୪ ଦିନ  

mahabharatanews

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଭୋଟ ଗଣତି ଆରମ୍ଭ

mahabharatanews

Leave a Comment