କୋଣାର୍କ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ମାଘସପ୍ତମୀ ମେଳା ପାଇଁ ଅ ।ଜି କୋଣାର୍କ ଯାତ୍ରୀନିବାସ ଠାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁସାରେ ମାଘସପ୍ତମୀ ଉତ୍ସବରେ ଚନ୍ଦ୍ରଭାଗା ନିକଟସ୍ଥ ପୁଷ୍କରିଣୀରେ ଠାକୁରଙ୍କ ସ୍ନାନ ପରେ ଉକ୍ତ ପୁଷ୍କରିଣୀରେ ବୁଡ଼ ପକାଇ ସୂର୍ଯ୍ୟଙ୍କ ଦର୍ଶନ କଲେ ପୁଣ୍ୟ ମିଳିଥାଏ । ଏହି ମେଳାରେ ସାରା ଭାରତବର୍ଷର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତଙ୍କର ଅ ।ଗମନ ହୋଇଥାଏ । ମେଳାକୁ କିପରି ଶାନ୍ତି ଶୃଙ୍ଖଳା ସହ ସମାପନ କରାଯିବ ସେ ନେଇ ଅ ।ଜି ବୈଠକରେ ଅ ।ଲୋଚନା ହୋଇଥିଲା । ଏହି ବୈଠକରେ ପୁରୀ ଏ ଡି ଏମ ବିନୟ କୁମାର ଦାସ ସଭାପତିତ୍ୱ କରି କିପରି ଭାବରେ ଏହି ଉତ୍ସବ ଶାନ୍ତି ଶୃଙ୍ଖଳା ସହ ସମାପନ ହେବ ସେନେଇ ସମସ୍ତ ବୁଦ୍ଧିଜୀବୀ , ଗଣମାଧ୍ୟମ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଥଲେ । ଅନ୍ୟମାନଙ୍କ ମଧ୍ୟରେ ପୁରୀ ଆଡିସିନାଲ ଏସ୍ ପି ଅରୁଣ କୁମାର ଜେନା, ଡି ଏଫ ଓ ହର୍ଷବର୍ଦ୍ଧନ ହୋତା ଓ ଗୋପ, ଅସ୍ତରଙ୍ଗ ଓ କାକଟପୁର ବିଡ଼ିଓ ଉପସ୍ଥିତ ରହି ଅ ।ଲୋଚନାରେ ଭାଗ ନେଇଥିଲେ ।
previous post
next post